Home ଓଡ଼ିଶା ଡ୍ୟାନ୍‌ସ ଗ୍ରୁପରେ ବନ୍ଧୁତା ଓ ପ୍ରେମ, ନାବାଳିକା ଛଅ ମାସର ଅନ୍ତସତ୍ତ୍ୱା, ଅଭିଯୁକ୍ତ ଗିରଫ

ଡ୍ୟାନ୍‌ସ ଗ୍ରୁପରେ ବନ୍ଧୁତା ଓ ପ୍ରେମ, ନାବାଳିକା ଛଅ ମାସର ଅନ୍ତସତ୍ତ୍ୱା, ଅଭିଯୁକ୍ତ ଗିରଫ

480

ବାଲିଗୁଡା, ୧୦/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଲଭ…ସେକ୍ସ…ଧୋକା। ପ୍ରଥମେ ନାବାଳିକା ସହ ବନ୍ଧୁତା କରିବା ପରେ ପ୍ରେମ। ତାପରେ ଦୈହିକ ସମ୍ପର୍କ। ଏବେ ୧୬ ବର୍ଷୀୟ ନାବାଳିକା ଛଅ ମାସର ଅନ୍ତସତ୍ତା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ-ଉଦୟଗିରି ସହରରେ। ଏ ନେଇ ଥାନାରେ ପୀଡିତା ଜଣକ ଏକ ଲିଖିତ ଅଭିଯୋଗ କରିବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ପ୍ରାପ୍ତ ସୂଚନାନୁସାରେ ନାବାଳିକା ନିଜ ବାପାଙ୍କ ବିୟୋଗ ପରେ ମା’ ଦ୍ୱିତୀୟ ବିବାହ କରି ଚାଲିଯାଇଥିଲେ। ପୀଡିତା ଏବଂ ତାଙ୍କ ସାନଭାଇ ନିଜ ଆଈଙ୍କ ପାଖରେ ରହୁଥିଲେ। ଆର୍ଥିକ ଅବସ୍ଥା ଭଲ ନଥିବା ହେତୁ ନାବାଳିକା ଜଣକ ୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଖୋଜାପଲ୍ଲୀଠାରେ ଥିବା ରୋମିଆ ଡେନ୍‌ସ ଗ୍ରୁପ ନିକଟରେ ପହଂଚି ସେଠାରେ କାର୍ଯ୍ୟ କରିଥିଲେ। ଏହି ସମୟରେ ଖଲ୍ଲିକୋଟ ବାଉରୀ ସାହିର କୁନା ଦାଶ ସହ ପରିଚୟ ହୋଇଥିଲା। କୁନା ସହ ନାବାଳିକାର ପ୍ରଥମେ ବନ୍ଧୁତା ଓ ତାପରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିଛି ଦିନ ପ୍ରେମ ପରେ ପ୍ରଲୋଭନ ଦେଖେଇ ଦୈହିକ ସମ୍ପର୍କ ସ୍ଥାପନ କରିଥିଲା ଅଭିଯୁକ୍ତ କୁନା। ପୀଡିତ ନାବାଳିକା ଗର୍ଭବତୀ ହୋଇଥିବା ଜାଣିବା ପରେ କୁନାକୁ ଜଣେଇ ଥିଲେ। କିନ୍ତୁ ଅଭିଯୁକ୍ତ କୁନା ନାବାଳିକାଙ୍କୁ ଜୀବନରେ ମାରି ଦେବାର ଧମକ ଦେଇ ୨୦୧୯ ଡିସେମ୍ବରରେ ଘରକୁ ତଡିଦେଇଥିଲା।ନାବାଳିକା ଜଣକ ଲୋକ ଲଜ୍ଜା ଏବଂ ସମାଜ ଭୟରେ ନିଜେ ଗର୍ଭବତୀ ହୋଇଥିବା ବିଷୟରେ କାହାକୁ ଜଣେଇ ନଥିଲେ। କିନ୍ତୁ ପୀଡ଼ିତାର ଆଇ ଜାଣି ପାରିଥିଲେ ତାଙ୍କ ନାତୁଣୀ ଗର୍ଭବତୀ ଅଛନ୍ତି। ସେ ନାତୁଣୀକୁ ଏହି ବିଷୟରେ ପଚାରିବା ପରେ ପୀଡିତା ସମସ୍ତ ବିଷୟ ନିଜ ଆଈଙ୍କୁ ଜଣେଇଥିଲେ। ତାପରେ ଆଇ ଏବଂ ପୀଡିତା ଦୁହେଁ ସ୍ଥାନୀୟ ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ମୁନା ଦାଶକୁ ବୁଧବାର ଦିନ ଫୁଲବାଣୀ ପୋକସୋ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.