Home ଓଡ଼ିଶା ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ସାବିତ୍ରୀ ରଥ

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ ସାବିତ୍ରୀ ରଥ

273

କଟକ ୧୦-୬ (ଓଡ଼ିଆ ପୁଅ) : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଟ ମହିଳା ଆଇନଜୀବୀ ସାବିତ୍ରୀ ରଥ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏବେ ଓଡ଼ିଶା ହାଇକୋର୍ଟରେ ମୋଟ ୧୫ ଜଣ ବିଚାରପତି ଅଛନ୍ତି। ଏହା ସହ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିଛି। ଗତ ଜାନୁଆରି ୨୨ରେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଲାଗି ସୁପ‌ାରିସ କରିଥିଲା।

ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ।

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରି‌ବେ। ଅମୀୟ କୁମାରୀ ପାଢ଼ି ଓ ସଞ୍ଜୁ ପଣ୍ଡାଙ୍କ ପରେ ସାବିତ୍ରୀ ହେଉଛନ୍ତି ୩ୟ ମହିଳା ଯେକି ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତ ଅଛନ୍ତି।

ଜୁନ୍ ୧୧ରେ ସେ ବିଚାରପତି ଭାବରେ ଶପଥ ନେଇପାରନ୍ତି।

ସାବିତ୍ରୀ ରଥ ରେଭେନ୍ସା କଲେଜରୁ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲ୍‌ଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୨ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

ସେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.