Home ଓଡ଼ିଶା ଡ୍ରେନ ପାଣିରେ ଭାସିଗଲେ ଯୁବକ

ଡ୍ରେନ ପାଣିରେ ଭାସିଗଲେ ଯୁବକ

466

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଡ୍ରେନରେ ଭାସିଗଲେ ୩ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଆଚାଯ୍ୟବିହାର ଲେନ-୪ରେ ଥିବା ଏକ ଡ୍ରେନରେ ୩ ଜଣ ଯୁବକ ଭାସିଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ଓ ସନ୍ଧାନ ମିଳିପାରିନାହିଁ । ଗତକାଲି ରାତି ୧୨ଟା ୪୫ ମିନିଟ୍‌ରେ ଏଭଳି ଘଟଣା ଘଟିଛି । ଗତକାଲି ରାଜଧାନୀରେ ବର୍ଷା ଫଳରେ ଆଚାଯ୍ୟର୍ବିହାର ଅଞ୍ଚଳ ପାଣିରେ ବୁଡି ଯାଇଥିଲା। ବାଇକ୍‌ରେ ଆସୁଥିବା ୩ ଯୁବକ ପାଣି ସୁଅରେ ଡ୍ରେନକୁ ଭାସିଯାଇଥିଲେ । ଖବର ପାଇଁ ସହିଦନଗର ଥାନା ପୋଲିସ ତନାଘନା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.