Home କେନ୍ଦୁଝର ଡ୍ରେନଜ ବ୍ୟବସ୍ଥା ନାହିଁ, ଘରେ ପଶୁଛି ପାଣି

ଡ୍ରେନଜ ବ୍ୟବସ୍ଥା ନାହିଁ, ଘରେ ପଶୁଛି ପାଣି

39

ହାଟଡ଼ିହି, ୯ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଗ୍ରାମର ରାମମନ୍ଦିର ରାସ୍ତା ଠାରୁ ମେଡିକାଲ ପର୍ଯ୍ୟନ୍ତ ଏବେ ନୁଆକରି ରାସ୍ତା ନିର୍ମାଣ କରାଯାଇ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଲୋକଙ୍କ ଘରେ ପାଣି ପସୁଥିବା ଅଭିଯୋଗ ହୋଇଛି । ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ମହାପାତ୍ର କରିଥିବା ଅଭିଯୋଗ ଅନୁଯାଇ ରାସ୍ତା ନିର୍ମାଣ ସମୟରେ ଜଳନିସ୍କାସନର କୌଣସି ବ୍ୟବସ୍ଥା କଲେନାହିଁଁ । ଯାହାଦ୍ୱାରାକି ସାମାନ୍ୟ ବର୍ଷାହେଳେ ତାଙ୍କ ଘର ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ସାମାନ୍ୟ ବର୍ଷା ହେଲେ ଘରୁ ବାହାରକୁ ବାହାରି ହେଉନି । ବାରମ୍ବାର ଏ ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସେ ପଞ୍ଚାୟତ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଏଠାରେ ଡ୍ରେନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି । ଯଦି ପ୍ରଶାସନ ଓ ଆନନ୍ଦପୁର ବିଧାୟକ ଏଥିପ୍ରତି ଦୃଷ୍ଟିଦେଇ ଡ୍ରେନ ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଅନ୍ତେ ତେବେ ଆମେ କିଛି ପରିବାର ଖୁସିରେ ରହି ପାରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.