Home Top News ଡେରାଡୁନ୍-ହରିଦ୍ୱାର ସମେତ ୬ ଟି ଷ୍ଟେସନକୁ ଉଡ଼ାଇଦେବାକୁ ଧମକ, ରୁରକି ଷ୍ଟେସନ ମାଷ୍ଟରଙ୍କୁ ମିଳିଲା ଚିଠି

ଡେରାଡୁନ୍-ହରିଦ୍ୱାର ସମେତ ୬ ଟି ଷ୍ଟେସନକୁ ଉଡ଼ାଇଦେବାକୁ ଧମକ, ରୁରକି ଷ୍ଟେସନ ମାଷ୍ଟରଙ୍କୁ ମିଳିଲା ଚିଠି

61

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଉତ୍ତରାଖଣ୍ଡର ରୁର୍କି ରେଳ ଷ୍ଟେସନ ମାଷ୍ଟରଙ୍କୁ ଏକ ଧମକପୂର୍ଣ୍ଣ ପତ୍ର ମିଳିଥିବା ଜଣାପଡ଼ିଛି। ଏହି ପତ୍ରରେ ଲକ୍ଷର, ନଜୀବାବାଦ୍, ଡେରାଡୁନ୍, ରୁରକି, ଋଷିକେଶ ଏବଂ ହରିଦ୍ୱାର ରେଳ ଷ୍ଟେସନରେ ବିସ୍ଫୋରଣ କରିବାର ଧମକ ଦିଆଯାଇଥିବା ଉଲ୍ଲେଖ ରହିଛି। ଏହି ଧମକପୂର୍ଣ୍ଣ ଚିଠିର ପ୍ରେରକ ନିଜକୁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଏରିଆ କମାଣ୍ଡର ସଲିମ ଅନସାରୀ ବୋଲି କହିଛି ବୋଲି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ପ୍ରକାଶ କରିଛନ୍ତି।

ଜଣେ ମାନସିକ ବିକୃତ ବ୍ୟକ୍ତି ଗତ ୨୦ ବର୍ଷ ଧରି ଏଭଳି ଧମକ ପତ୍ର ପଠାଉଛନ୍ତି। ତଥାପି ସତର୍କତା ଅବଲମ୍ବନ କରାଯାଉଛି ବୋଲି ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.