Home Top News ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବରେ ପନିପରିବା ଦରରେ ବୃଦ୍ଧି

ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବରେ ପନିପରିବା ଦରରେ ବୃଦ୍ଧି

87

ନୂଆ ଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବରେ ପନିପରିବା ଦରରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହା ଏବେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷରେ ଏହି ଦର ବୃଦ୍ଧିର ପ୍ରଭାବ ଜନତା ହୃଦୟଙ୍ଗମ କରୁଛନ୍ତି। ତେବେ, ଖୁଦୁରା ପନିପରିବା ବିକ୍ରେତା କହିଛନ୍ତି, ଆଗରୁ ପରିବା ୫ ହଜାର ଟଙ୍କାର ଆଣୁଥିଲୁ ଦର ପୂର୍ବରୁ ଠିକ ଥିବା ସମୟରେ ସବୁ ପରିବା ବିକ୍ରି ହୋଇଯାଉଥିଲା। କିନ୍ତୁ ଏବେ ଦିନକୁ କେବଳ ୨ କିମ୍ବା ୩ ହଜାର ଟଙ୍କାର ପରିବା ବିକ୍ରି ହେଉଛି। ଏହାର କାରଣ ମୂଲ୍ୟରେ ବୃଦ୍ଧି ଯୋଗୁ ଯେଉଁ ଗ୍ରାହାକ ଏକ କିଲୋ ପିଆଜ ନେଉଥିଲା କିମ୍ବା ଅନ୍ୟ ପରିବା ନେଉଁଥିଲା ସେ ଏବେ କେବଳ ୨୫୦ ଗ୍ରାମ କିମ୍ବା ୧୦୦ ଗ୍ରାମ କିଣୁଛି, ତେଣୁ ସବୁ ପରିବା ଦୈନିକ ବିକ୍ରି ହୋଇପାରୁନାହିଁ, ଏହା ଫଳରେ ଲାଭତ ଛାଡ଼ନ୍ତୁ ଆମକୁ କ୍ଷତି ସହିବାକୁ ପଡ଼ୁଛି।

ଅନ୍ୟ ଜଣେ ଜଣେ ବିକ୍ରେତା କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ପନିପରିବା ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ହୋଇଛି ଏବଂ ସାମଗ୍ରୀ ମଧ୍ୟ କମ୍ ଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.