Home Top News ଡିଜେଲ ଦର ପରେ ଏବେ ରାଜ୍ୟରେ ବଢିଲା ବସ୍ ଭଡ଼ା – କନ୍ଦେଇଲାଣି ମହଁଗା ମାଡ଼

ଡିଜେଲ ଦର ପରେ ଏବେ ରାଜ୍ୟରେ ବଢିଲା ବସ୍ ଭଡ଼ା – କନ୍ଦେଇଲାଣି ମହଁଗା ମାଡ଼

24

ଭୁବନେଶ୍ୱର ୩୧-୩ (ଓଡ଼ିଆ ପୁଅ) : ମେରୁଦଣ୍ଡ ଭାଙ୍ଗିଲାଣି ମହଙ୍ଗା ମାଡ଼। ଆଜି ଦଶମ ଦିନରେ ୯ମଥର ପାଇଁ ତୈଳ ଦର ବୃଦ୍ଧି ପାଇବା ପରେ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରିଛନ୍ତି ଓଡିଶା ଘରୋଇ ବସ୍ ମାଲିକ ସଂଘ। ତେବେ ଡିଜେଲ ଦର ବଢ଼ିବା ସହିତ ବସଭଡ଼ା ବୃଦ୍ଧି କରାଯାଇଛି। ଏବେ ସାଧାରଣ ବସ୍ ର ଭଡା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ୍ ବସ ଭଡା ୯୧ ରୁ ୯୪ ପଇସାକୁ ବୃଦ୍ଧି କରାଯାଇଛି। ଡିଲକ୍ସ ବସ ଭଡ଼ା ୧.୨୫ ଟଙ୍କାରୁ ୧.୩୧ ଟଙ୍କାକୁ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି। ସେହିପରି ଡିଲକ୍ସ ବସର ଭଡ଼ା ୧.୫୩ ଡଙ୍କା ପ୍ରତି କିମିରୁ ୧.୫୯ ଟଙ୍କା ପ୍ରତି କିମିକୁ ବୃଦ୍ଧି କରାଯାଇଥିବା ବେଳେ ସୁପର ପ୍ରିମିୟମ ଭଡ଼ା ୨.୩୮ ଟଙ୍କାରୁ ୨.୪୭ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.