Home ଜିଲ୍ଲା ପରିକ୍ରମା ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବଣ୍ଡାଘାଟିରେ ଓଲଟିଲା ଦମକଳ ଗାଡି,୫ ଅଗ୍ନିଶମ କର୍ମଚାରୀ ଆହତ

ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବଣ୍ଡାଘାଟିରେ ଓଲଟିଲା ଦମକଳ ଗାଡି,୫ ଅଗ୍ନିଶମ କର୍ମଚାରୀ ଆହତ

41

ମାଲକାନଗିରି,୭ା୩ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ରେ ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ଭାରସାମ୍ୟହରାଇ ବଣ୍ଡାଘାଟିରେ ଦମକଳ ଗାଡି ଓଲଟିପଡି ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଦିନ୧୨ଟାରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଙ୍କ ମୁଦୁଲିପଡା ବଣ୍ଡାଘାଟି ଗସ୍ତକାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମର ହେଲିପ୍ୟାଡ ତଦାରଖ କରିବାପାଇଁ କୁଡୁମୁଲୁଗୁମ୍ମା ଅଗ୍ନିଶମ ବିଭାଗର ଦମକଳଗାଡି ଟି ବଣ୍ଡାଘାଟି ଅଭିମୁଖେ ଆଜି ସକାଳ ଯାଉଥିବା ବେଳେ ମୁଦୁଲିପଡା ଠାରେ ପହଁଚିବା ପୁବ ର୍ରୁ ଘାଟିରେ ଭାରସାମ୍ୟହରାଇ ଗାଡିଟି ଓଲଟିପଡିଥିଲା ,ଗାଡିରେ ଥିବା ୫ଜଣ ଆଗ୍ନିଶମ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା ।ସେଠାରେ ମନୋଜ କୁମାର ସେଠୀ,ପ୍ରକାଶ ଚନ୍ଦ୍ର ନାୟକ,ସାରଙ୍ଗଧର ହାତୀ,ଉମାସଙ୍କର ନାୟକ ଙ୍କ ଅବସ୍ଥା ଗୁରୁତର ହେବାରୁ ଖଇରପୁଟ ଡାକ୍ତର ମାଲକାନଗିରି ଜିଲ୍ଲାହସପିଟାଲକୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରିଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.