Home କେନ୍ଦ୍ରାପଡ଼ା ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

17

କେନ୍ଦ୍ରାପଡ଼ା ୨୫ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଲକ୍ଷ୍ମୀନାରାୟଣ ଯୁବକ ସଙ୍ଘ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ବନ୍ୟା ବିପନ୍ନମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ବ୍ରାହ୍ମଣୀ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ ସମଗ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳକୁ ଦୀର୍ଘ ୧୦ଦିନ ଧରି ଜଳବନ୍ଦୀ କରି ରଖିଥିବା ଦେଖାଯାଇଛି। ଡିଏଭି ସ୍କୁଲ ପକ୍ଷରୁ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ୩ଶହରୁ ଉର୍ଦ୍ଧ୍ୱ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ଯଥା ଅଟା, ଚୁଡା, ଗୁଡ, ବିସ୍କୁଟ, ଆଳୁ ଓ ପିଆଜ ପ୍ରଭୃତି ଯୋଗାଇ ଦିଆଯାଇଛି। ଜଳବନ୍ଦୀ ଭିତରେ ଥିବା ଲୋକମାନଙ୍କ ପାଖକୁ ଡଙ୍ଗାରେ ଯାଇ ଘରକୁ ଘର ବୁଲି ଏହି ସହାୟତା ପ୍ରଦାନ କରାଯାଇଛି। ଲକ୍ଷ୍ମୀନାରାୟଣ ଯୁବକସଙ୍ଘର ଯୁବ ସମାଜସେବୀ ଅନିଲ କୁମାର ଧଳ, ଆଲୋକ ରଞ୍ଜନ ବିଶ୍ୱାଳ, ବିଶ୍ୱରଞ୍ଜନ ବିଶ୍ୱାଳ, ସୁଶାନ୍ତ କୁମାର ବିଶ୍ୱାଳ ଓ ସରୋଜ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ପରିଚାଳନା କରିଥିଲେ। ଡିଏଭି ସ୍କୁଲ ଓ ଯୁବକ ସଙ୍ଘର ଏପରି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.