କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଏକ ଖ୍ରୀଷ୍ଟମାସ ବୃକ୍ଷର ସାଜସଜା କରାଯିବା ସହ କୋଭିଡ ନିୟମ ଅନୁପାଳନ ପୂର୍ବକ ଶୁଭେଛାପତ୍ର ତିଆରି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ଛାତ୍ରଛାତ୍ରୀମାନଙ୍କୁ ଏହି ପର୍ବର ବିଶେଷତ୍ୱ ଏବଂ ଗୁରୁତ୍ୱ ଉପରେ ବୁଝାଇଥିଲେ। ଛାତ୍ର ଦେବବ୍ରତ ସେଠୀ ସାନ୍ତାକ୍ଲୁଜ ବେଶଧାରଣ କରି ଛାତ୍ରଛାତ୍ରୀମାନଙ୍କୁ ଉପହାର ସ୍ୱରୂପ ଚକୋଲେଟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁଭଦ୍ରା ନାୟକ, ପ୍ରଭାସିନୀ ମହାନ୍ତି, ସୁପ୍ରିୟା ବେହେରା, ସୋନାଲି ରାଉତ, ରିନୁ ମହାନ୍ତି, ସବନମ ମଲ୍ଲିକ, ଗାୟତ୍ରୀ ବାରିକ, ପ୍ରଣୟା ଦାସ ପ୍ରମୁଖ ପରିଚାଳନା କରିଥିଲେ। ପ୍ରତିଯୋଗୀତାରେ ଛାତ୍ରୀ ଶୁଭଲକ୍ଷ୍ମୀ ସାମଲ, ହିମାନି ଦାସ, ପ୍ରଜ୍ଞାନ ବିଶ୍ୱାଳ, ନମ୍ରତା ଆଚାର୍ଯ୍ୟ ଯଥାକ୍ରମେ ପ୍ରଥମେ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ତିନୋଟି ଶୁଭେଛାପତ୍ରକୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନବବର୍ଷର ଶୁଭେଛାପତ୍ର ରୂପେ ଡାକ ଯୋଗେ ପ୍ରେରଣ କରାଯାଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।