Home କେନ୍ଦ୍ରାପଡ଼ା ପାରାଚକରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ପାରାଚକରେ ଜୀବନବିନ୍ଦୁ ରକ୍ତଦାନ ଶିବିର

33

କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ପାରାଚକ ଗ୍ରାମରେ ଶୁକ୍ରବାର ଓଡିଶା ମୋ ପରିବାର ପକ୍ଷରୁ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରତପୁର ପଞ୍ଚାୟତ ସମିତି ସଭ୍ୟ ହେମନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଶିବିରରେ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଓଡିଶା ମୋ ପରିବାରର ସଂଯୋଜକ କାଳି ପ୍ରସାଦ ମିଶ୍ର ଓ ହିରଣ୍ୟ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ତ୍ରୈଲୋକ୍ୟ ମହାନ୍ତି, ଶରତ ସାମଲ ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରକୁ ଯୁବ ସମାଜସେବୀ ଦେବବ୍ରତ ମଲ୍ଲ, ଚନ୍ଦନ ରାଉତରାୟ, ସନ୍ତୋଷ ଦାସ, ପ୍ରଭାତ ମହାନ୍ତି, ଗଗନ ମଲିକ, ସର୍ବେଶ୍ୱର ପାତ୍ର, ବରଦା ବିଶ୍ୱାଳ, ସୁଚିସ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.