କେନ୍ଦ୍ରାପଡ଼ା, ୨୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ୪୧ତମ ଜନ୍ମଦିନ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ସଂଖ୍ୟାଲଘୁ ବିକାଶ କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି। କମିଟି ସଭାପତି ଅବଦୁଲ ମଜିଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୟଦ ଅକମଲ ଅଲ୍ଲୀ, ମହମ୍ମଦ ଅମୀର, ସେକ ଅହମଦ, ସେକ ଯାହିଦ, ଅଭୟ ତରାଇ ପ୍ରମୁଖ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ବିକାଶ କମିଟି ପକ୍ଷରୁ ସଭାପତି ଅବଦୁଲ ମଜିଦ କହିଛନ୍ତି ଯେ ସାଂସଦ ଶ୍ରୀ ମହାନ୍ତି ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ଓ କେନ୍ଦ୍ରାପଡାର ଭିତ୍ତିଭୂମୀର ବିକାଶ ପାଇଁ ସର୍ବଦା ପ୍ରୟାସ ଜାରି ରଖିଛନ୍ତି। ତେଣୁ କମିଟି ପକ୍ଷରୁ ସାଂସଦ ଶ୍ରୀ ମହାନ୍ତିଙ୍କ ଜନ୍ମଦିନ ଏକ ଭିନ୍ନ ଢଙ୍ଗରେ ପାଳନ କରାଯିବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି।