Home ଜିଲ୍ଲା ପରିକ୍ରମା ଡାବୁଗାଁ ଲ୍ୟାମ୍ପ୍ସ ସଭାପତି ଭାବେ ନିର୍ବାଚିତ ହେଲେ ଦୁର୍ଯ୍ୟୋଧନ ଭତ୍ରା

ଡାବୁଗାଁ ଲ୍ୟାମ୍ପ୍ସ ସଭାପତି ଭାବେ ନିର୍ବାଚିତ ହେଲେ ଦୁର୍ଯ୍ୟୋଧନ ଭତ୍ରା

28

ନବରଙ୍ଗପୁର ୨୪-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାରେ ଥିବା ଲ୍ୟାମ୍ପ୍ସର ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରି ଗିର୍ଲିଗୁଡା ଗ୍ରାମର ପୂର୍ବତନ ଲ୍ୟାମ୍ପ୍ସ୍ ସଭାପତି ସ୍ଵର୍ଗତ ଇନ୍ଦ୍ର ଭତ୍ରାଙ୍କ ପୁଅ ଦୁର୍ଯ୍ୟୋଧନ ଭତ୍ରା ଏବେ ଲ୍ୟାମ୍ପ୍ସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଏଇ ଅବସରରେ ବିଜେଡି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସରପଞ୍ଚ ଜି.ପ୍ରକାଶ ରାଓ, ବରିଷ୍ଟ ବିଜେଡି ନେତା ମଳୟ ବିଷୋଇ, ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଏମ୍ ପ୍ରସାଦ ରାଓ, ଜଗନ୍ନାଥ ରେଲି, ରାଜା ରାଓ ପ୍ରମୁଖଙ୍କ ସହ ଅନ୍ୟ କର୍ମିବ୍ରୁନ୍ଦ ଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରି ଅକ୍ଷୟ କୁମାର ପଟ୍ଟନାୟକ ନିର୍ବାଚନ ର ଫଳାଫଳ ଘୋଷଣା କରିଥିଲେ। ଲ୍ୟାମ୍ପ୍ସ୍ ଶାଖା ପରିଚାଳକ ଆର୍ ଶଙ୍କର ରାଓ ଓ ଲ୍ୟାମ୍ପ୍ସ୍ କର୍ମକର୍ତ୍ତା ଉପସ୍ତିତ ରହିଥିଲେ। ବିଜୟ ଉତ୍ସବ ତରଫରୁ ସ୍ଵାଗତ ଅଭ୍ୟର୍ଥନା କରାଯାଇ ଥିବାବେଳେ ଲ୍ୟାମ୍ପ୍ସ୍ କାର୍ଯ୍ୟାଳୟ ତରଫରୁ ମଧ୍ୟ ସ୍ଵାଗତ ଅଭ୍ୟର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.