Home ଜିଲ୍ଲା ପରିକ୍ରମା ଡାକ୍ତର ଅନିଲ ଦାଶ ‘ଓଗାପା’ର ସଭାପତି ମନୋନୀତ

ଡାକ୍ତର ଅନିଲ ଦାଶ ‘ଓଗାପା’ର ସଭାପତି ମନୋନୀତ

20

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାକ୍ତର ଅନିଲ କୁମାର ଦାଶ ଓଡ଼ିଶା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘ (ଓଗାପା) ବାଲେଶ୍ୱର ମଣ୍ଡଳ ଅର୍ଥାତ୍ ବାଲେଶ୍ୱର ଭଦ୍ରକ ଜିଲ୍ଲାର ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଡାକ୍ତର ଦାଶ ଏବେ ଭଦ୍ରକ ଜିଲ୍ଲା ବହୁଦରଡ଼ା ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ କାର୍ଯ୍ୟରତ । ଡାକ୍ତର ଦାଶ ଏକାଧାରରେ ଚିକିତ୍ସକ ହେବା ସହିତ ଜଣେ ସାହିତ୍ୟିକ । ସେ ଆମ ମାତୃଭାଷା ସାହିତ୍ୟ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ରହିବା ସହିତ ଭାରତୀୟ ଭେଷଜ ଚିକିତ୍ସକ ସଂଘ (ଆଇଏମ୍‌ଏ)ଭଦ୍ରକ ଶାଖାର ସହଯୋଗୀ ସଦସ୍ୟ ମଧ୍ୟ । ସେ ୨୦ ଖଣ୍ଡରୁ ଉର୍ଦ୍ଧ୍ୱ ବିଭିନ୍ନ ପୁସ୍ତକ ରଚନା କରିଛନ୍ତି । ଅନେକ ଗଳ୍ପ, ଉପନ୍ୟାସ, କବିତା, ଗୀତିକବିତା, ଶବ୍ଦ ଜତିପାତ କବିତା ପୁସ୍ତକ ସେ ରଚନା କରିଛନ୍ତି । ଜୀବନାମୃତ, ବନୌଷଧି ଓ ଚିକିତ୍ସା, କଳ୍ପତରୁ ଆୟୁର୍ବେଦ, ବିସ୍ମୃତ ଆୟୁର୍ବେଦ, ଅମ୍ଳ୍‌ପିତ୍ତ ଓ ଆୟୁର୍ବେଦ ଚିକିତ୍ସା, ବୃକ୍ଷର ଦ୍ରବ୍ୟଗୁଣ ଓ ତୁଟୁକା ଚିକିତ୍ସା, କଲ୍ଲୋଳ କବିତା, ଗଳ୍ପମାଳା, ବିନ୍ଦୁଏ ସ୍ୱପ୍ନ ଆଦି ବହୁ ପୁସ୍ତକ ରଚନା କରି ସେ ବେଶ ଖ୍ୟାତ । ଏହାଛଡ଼ା ଭଦ୍ରକର ବିଭିନ୍ନ ସେବାସଂସ୍ଥା, ସାହିତ୍ୟ ସଂଗଠନ, ସାମାଜିକ ସଂଗଠନ ସହ ସେ ଜଡ଼ିତ । ସେ ୫୦ରୁ ଉର୍ଦ୍ଧ୍ୱ ସଂଗଠନ ପକ୍ଷରୁ ସମ୍ମାନିତ ହୋଇ ତାଙ୍କ ସଫଳତାର ପ୍ରତିପାଦନ କରିଛନ୍ତି । ସେ ‘ଓଗାପା’ର ସଭାପତି ଭାବେ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.