Home ଜିଲ୍ଲା ପରିକ୍ରମା ଆନନ୍ଦପୁରର ବେଆଇନ୍ ବାଲିଘାଟ ନିଲାମ ବନ୍ଦପାଇଁ ଗ୍ରାମବାସୀଙ୍କ ଦାବି, ବିଜୁ ସେତୁପାଇଁ ବିପଦ

ଆନନ୍ଦପୁରର ବେଆଇନ୍ ବାଲିଘାଟ ନିଲାମ ବନ୍ଦପାଇଁ ଗ୍ରାମବାସୀଙ୍କ ଦାବି, ବିଜୁ ସେତୁପାଇଁ ବିପଦ

21

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଂଚାୟତର ବୈତରଣୀ ନଦୀର ପଣଷମାହାରା ବାଲିଘାଟ ନିଲାମ ନକରିବାଲାଗି ସ୍ଥାନୀୟ ଅଂଚଳରେ ଗ୍ରାମବାସୀମାନେ ଦାବିକରିଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଭଦ୍ରକ ଜିଲ୍ଲାପାଳ, ତହସିଲଦାର ଓ ଜଳସେଚନ ବିଭାଗ ଅଧିକାରୀଙ୍କୁ ଦେବାପରେ ଘଟଣାସ୍ଥଳକୁ ଧାମନଗର ତହସିଲଦାର ପରିଦର୍ଶନ କରିଥିଲେ । ସୂଚନାଥାଉକି ଏହି ବାଲିଘାଟ ନିଲାମ ହେଲେ ଆନନ୍ଦପୁର ପଂଚାୟତପ୍ରତି ବିପଦ ଦେଖାଦେବ । ଏହି ବାଲି ଉଠିବା ଦ୍ୱାରା ନଦୀପଠା ଧସିବା, ଗାଁରେ ଜଳ ସଂକଟ ସହିତ ସଡ଼କ ଦୁର୍ଘଟଣା ଓ ପ୍ରଦୂଷଣ ଭଳି ଗୁରୁତର ସମସ୍ୟା ଉପୁଜିବବୋଲି ଗ୍ରାମବାସୀମାନେ ଅଧିକାରୀଙ୍କ ନିକଟରେ ଦର୍ଶାଇଥିଲେ । ସୂଚନାଯୋଗ୍ୟଯେ ଆନନ୍ଦପୁର ମୌଜାର ଖାତାନଂ ୫୯୭, ପ୍ଲଟ ନଂ ୬୭୮ରେ ଥିବା ୨୩.୨୫ଏକର ଅଂଚଳ ଓ ପ୍ଲଟ ନଂ ୧୧୪୪ର ୮.୯୧ ଏକର ମୋଟ ୩୨.୧୬ଏକର ଅଂଚଳରୁ ବାଲି ଉଠାଇବାକୁ ୨୦୧୫ରେ ନିଲାମ ଦିଆଯାଇଥିଲା । ତେବେ ଗତବର୍ଷ ୨୦୨୦ରେ ଏହାର ନିଲାମ ଅବଧି ସରିଥିଲା ।

ମାତ୍ର କରୋନା କଟକଣା ପାଇଁ ଆଉ ନିଲାମ କରାଯାଇନଥିଲା । ଏଣୁ ୨୦୨୨ରେ ପୁଣି ୫ବର୍ଷ ପାଇଁ ନିଲାମ କରିବା ଲାଗି ଧାମନଗର ତହସିଲପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏନେଇ ମଧ୍ୟ ସ୍ଥାନୀୟ ତହସିଲଦାର ଓ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି । ପ୍ରକାଶଥାଉକି ଏଠାରେ ବିଜୁ ସେତୁ ଯୋଜନାରେ ପ୍ରାୟ ୩୫କୋଟି ଟଙ୍କାରେ ଗୋଟିଏ ପୋଲ ନିର୍ମାଣଧିନ ରହିଛି । ଓଡ଼ିଶା ମାଇନର ମିନେରାଲ କନସେସନ ଆମେଣ୍ଡିମେଣ୍ଟ ରୁଲ ୨୦୧୬ ଅନୁଯାଇ ପୋଲ ଉପରକୁ ୩ଶହ ମିଟର ଓ ପୋଲ ତଳଭାଗକୁ ୫ଶହ ମିଟର ଦୂରରୁ ବାଲି ଉଠାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ହେଲେ ଏଠାରୁ ଧାମନଗର ତହସିଲଦାର ବାଲି ନିଲାମ କରାଇବା ପାଇଁ ଯୋଜନା କରୁଛନ୍ତି । ଯାହାକି ସଂପୂର୍ଣ୍ଣ ଭାବରେ ବେଆଇନ୍ ଅଟେ ଏବଂ ଉକ୍ତ ବିଜୁ ସେତୁ ପୋଲପାଇଁ ମଧ୍ୟ ବିପଦ ଦେଖାଦେବ । ଏଣୁ ଏଠାରୁ ବାଲି ନ ଉଠାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ତେବେ ଏଠାରେ ପୂର୍ବପରି ବାଲି ନିଲାମ କରାଯାଇ ରାଜସ୍ୱ ଆଦାୟ ହୋଇଥାଏ । ଯଦି ଏଠାରେ ଗ୍ରାମାବସୀଙ୍କର ଅଭିଯୋଗ ହେଉଛି ତେବେ ଜିଲ୍ଳାପାଳଙ୍କ ସହ ଆଲୋଚନା ପରେ ଯାହା ପଦକ୍ଷେପ ନିଆଯିବବୋଲି ତହସିଲଦାର ଶ୍ରୀ କ୍ଷୀରୋଦ କୁମାର ପଣ୍ଡା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.