Home ଓଡ଼ିଶା ଡାକ୍ତରଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର,ପୋଲିସ ତଦନ୍ତ ଆରମ୍ଭ, ଔଷଧ ଦୋକାନ କର୍ମଚାରୀଙ୍କ ମୃତ୍ୟୁ –...

ଡାକ୍ତରଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର,ପୋଲିସ ତଦନ୍ତ ଆରମ୍ଭ, ଔଷଧ ଦୋକାନ କର୍ମଚାରୀଙ୍କ ମୃତ୍ୟୁ – କାରଣ ଅସ୍ପଷ୍ଟ

221

ଖୋର୍ଦ୍ଧା ୧୬-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରବିବାରଦିନ ଖୋର୍ଦ୍ଧା ମେଡିକାଲ ରୋଡ଼ରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସ ନିଜ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ବେଳେ ହଠାତ ମୁଖାପିନ୍ଧା ଦୁଇଜଣ ଯୁବକ ଆସି ଗୁଳିମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଡ଼ଃ ମାନସଙ୍କୁ ଏହି ଗୁଳିମାଡ କରିବାବେଳେ ନିକଟରେ ଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଆସିଥିବା ବେଳେ ତାଙ୍କ ଉପରେ ବି ଗୁଳି କରିଥିଲେ ଫଳରେ ସେ ମଧ୍ୟ ଗୁରୁତର ହୋଇଛନ୍ତି। ତେବେ କିଏ ଓ କାହିଁକି ଏପରି ହଠାତ ଗୁଳିମାଡ କରିଛନ୍ତି ସେ ନେଇ କିଛି ଜଣାଯାଇନାହିଁ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଖୋର୍ଦ୍ଧା ଡାକ୍ତର ଖାନା ଓ ପରେ ଭୁବନେଶ୍ୱରର ଏମରି ଡାକ୍ତର ଖାନାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ଥାନାନ୍ତର କରିଥିବା ଜଣାଯାଇଛି। ପୋଲିସ ଖୋର୍ଦ୍ଧାର ମୁଖ୍ୟ ପ୍ରବେଶ ପଥକୁ ସିଲ କରି ଘଟଣା ସ୍ଥଳରେ ଥିବା ସି ସି ଟିଭି ଫୁଟେଜ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

କ୍ଲିନିକ୍‌ରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼ ଘଟଣାରେ ଗୁରୁତର ଔଷଧ ଦୋକାନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ଗୁଳିମାଡ଼ରେ ଗୁରୁତର ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସାମାନ୍ୟଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.