Home ଓଡ଼ିଶା ଜାମିୟାରେ ହିଂସାକୁ ନେଇକରି ବ୍ୟାକଫୁଟରେ ଦିଲ୍ଲୀ ପୋଲିସ : ଗିରଫ ହୋଇଥିବା ଛାତ୍ରଙ୍କୁ ଛାଡ଼ିଲା, ଛଅ...

ଜାମିୟାରେ ହିଂସାକୁ ନେଇକରି ବ୍ୟାକଫୁଟରେ ଦିଲ୍ଲୀ ପୋଲିସ : ଗିରଫ ହୋଇଥିବା ଛାତ୍ରଙ୍କୁ ଛାଡ଼ିଲା, ଛଅ ଘଣ୍ଟା ପରେ ପୋଲିସ୍ ହେଡ଼ କ୍ୱାଟରରୁ ହଟିଲେ ଛାତ୍ର

277

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ଛାତ୍ରମାନେ ପୋଲିସ ଉପରେ ଜାମିୟା ୟୁନିଭର୍ସିଟି ଭିତରେ ପଶି ଛାତ୍ରମାନଙ୍କୁ ମାରିବା ଅଭିଯୋଗ କରିଥିଲେ। ପୋଲିସ କହିଛିଯେ, ଆମେ କେବଳ ପଥର ଫୋପାଡ଼ୁଥିବା ପ୍ରଦର୍ଶନକାରୀମାନଙ୍କୁ ଖୋଜିବା ପାଇଁ ଯାଇଥିଲୁ।

ଜାମିୟା ୟୁନିଭର୍ସିଟିରେ ପୋଲିସର ଆକ୍ସନ ବିରୋଧରେ ରାତି ନଅଟା ସମୟରେ କିଛି ଛାତ୍ର ଏବଂ ଶିକ୍ଷକ ଦିଲ୍ଲୀ ପୋଲିସର ମୁଖ୍ୟାଲୟ ଘେରାଉ କରିଥିଲେ। ଦେଖୁ ଦେଖୁ ଛାତ୍ରମାନଙ୍କର ସଂଖ୍ୟା ବଢ଼ି ହଜାର ହଜାର ସଂଖ୍ୟାରେ ପହଁଚିଥିଲା। ଏହା ପରେ ଦିଲ୍ଲୀର ଅଲଗା ଅଲଗା ୟୁନିଭର୍ସିଟିର ଛାତ୍ର ଏବଂ ଶିକ୍ଷକ ଜମା ହେବାରେ ଲାଗିଲେ। ପ୍ରାୟତଃ ଛଅ ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତଭାବେ ପୋଲିସ ବିରୁଦ୍ଧରେ ନାରା ଲଗାଇଥିଲେ। ପ୍ରଦର୍ଶନକାରୀ ସେହି ଛାତ୍ରମାନଙ୍କୁ ଛାଡ଼ିବା ପାଇଁ ଦାବି କରୁଥିଲେ ଯେଉଁମାନଙ୍କୁ ପୋଲିସ ଜାମିୟାରୁ ଗିରଫ କରିଥିଲେ, ହଂଗାମା ବଢ଼ିବାର ଦେଖି ପୋଲିସ ମଧ୍ୟ ବ୍ୟାକଫୁଟକୁ ଆସିଥିଲା। ରାତି ତିନିଟା ସମୟରେ ଦିଲ୍ଲୀ ପୋଲିସର ପ୍ରବକ୍ତା ଏମଏସ ରନଧାୱା ୩୫ଜଣ ଛାତ୍ରଙ୍କୁ ଛଡ଼ାଯାଇଥିବା ଘୋଷଣା କରିଥିଲେ। ଏହା ପରେ ପ୍ରଦର୍ଶନକାରୀମାନେ ସେଠାରୁ ହଟିଥିଲେ।

ନାଗରିକତା ଆଇନ୍ ର ବିରୋଧ ନାମରେ କାଲି ଯାହା ଦିଲ୍ଲୀରେ ହୋଇଥିଲା ତାହା ସମ୍ପୂର୍ଣ୍ଣ ଦେଶକୁ ସ୍ତବ୍ଧ କରିଛି। ଅଧା ରାତି ପର୍ଯ୍ୟନ୍ତ ଦକ୍ଷିଣ ଦିଲ୍ଲୀର ଜାମିୟାର ଆଖପାଖ ଅଞ୍ଚଳରୁ ଏମିତି ମାହୌଲ ଥିଲା ଯେପରିକି କୌଣସି ବଡ଼ ଯୁଦ୍ଧ ହୋଇଯାଇଛି। ଶରଣାର୍ଥିମାନଙ୍କୁ ନାଗରିକତା ଦେବାପାଇଁ ହୋଇଥିବା ନୂଆ ଆଇନ୍ ର ବିରୋଧରେ ଅନେକ ବସ ରେ ଲଗେଇ ଦେଇଥିଲେ ଉଗ୍ର ପ୍ରଦର୍ଶନ କାରୀ। ଅନେକ ପ୍ରାଇଭେଟ୍ ବାହାନ କ୍ଷତିଗ୍ରସ୍ତ ହୋଇଥିଲା। ପୋଲିସ ଉପରେ ପଥର ଫୋପାଡ଼ିଥିଲେ ପ୍ରଦର୍ଶନକାରୀମାନେ।

ଏହାର ଜବାବରେ ପୋଲିସ ଆଶୁଗ୍ୟାସ ଛାଡ଼ିବା ସହିତ ଲାଠୀଚାର୍ଜ କରିଥିଲା। କିନ୍ତୁ ସବୁଠାରୁ ବଡ଼ ବିବାଦ ସେତେବେଳେ ହେଲା ଯେତେବେଳେ ପୋଲିସ ଉପଦ୍ରବୀମାନଙ୍କୁ ଘଉଡାଇବାପାଇଁ ଜାମିୟା ୟୁନିଭର୍ସିଟି ଭିତରେ ପଶିଲା। ଛାତ୍ରମାନଙ୍କର ଅଭିଯୋଗ କି ପୋଲିସ ଲାଇବ୍ରେରୀରେ ପଢ଼ୁଥିଲେ ଛାତ୍ରମାନଙ୍କୁ ପିଟିଥିଲା ପୋଲିସ, ଅନେକ ଫଟୋ ଏପରି ସାମନାକୁ ଆସିଥିଲା ଯେଉଁଥିରେ ଜାମିୟା ଭିତରେ ଛାତ୍ର ଭୟଙ୍କର ଭାବରେ ଆହତ ହୋଇଥିଲେ।

ଜାମିୟା ୟୁନିଭର୍ସିଟିର ଛାତ୍ରମାନଙ୍କ ଉପରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଲିଗଡ଼, ପାଟନା, କୋଲକାତା ଏବଂ ମୁମ୍ବାଇ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.