Home ଅନୁଗୁଳ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଲେ ସମ୍ପର୍କୀୟ

ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଲେ ସମ୍ପର୍କୀୟ

271

ତାଳଚେର,୩/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଆଜି ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମରା ଯାଇଥିବାର ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧.୪୫ ମିନିଟ୍ ସମୟରେ ଡାକ୍ତର ଲକ୍ଷ୍ମୀ ନାରାୟଣ ପ୍ରସାଦ ତାଳଚେର ଉପଖଣ୍ଡ ଡାକ୍ତରଖାନାର ଓପିଡି ରେ ଡ୍ୟୁଟି କରୁଥିଲେ । ସେଠାରେ ଅନ୍ୟଜଣେ ମହିଳା ଡାକ୍ତର ମଧୁସ୍ମିତା ସାହୁ ମଧ୍ୟ କାର୍ଯ୍ୟରତ ଥିଲେ । ତେବେ ଜଣେ ମହିଳାଙ୍କୁ ଚିକିତ୍ସା କରାଇବାକୁ ତାଙ୍କର କିଛି ସମ୍ପର୍କିୟ ସେଠାରେ ପହଂଚି ଡାକ୍ତର ପ୍ରସାଦଙ୍କୁ ଚିକିତ୍ସା କରିବାକୁ କହିଥିଲେ । ଡାକ୍ତର ପ୍ରସାଦ ମହିଳା ଡାକ୍ତର ମଧୁସ୍ମିତା ସାହୁଙ୍କୁ ଉକ୍ତ ମହିଳାଙ୍କର ଚିକିତ୍ସା କରିବାକୁ କହିଥିଲେ । ଏହାପରେ ମହିଳାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କିୟମାନେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ । ସେମାନେ ଡାକ୍ତର ପ୍ରସାଦଙ୍କ ପାଖରେ ପହଂଚି ତାଙ୍କୁ ଟଣାଓଟରା କରି ମାଡ଼ ମାରିଥିଲେ । ଏ ସମ୍ପର୍କରେ ଡାକ୍ତର ପ୍ରସାଦ ତାଳଚେର ଥାନାରେ ଜଣାଇବାପରେ ପୋଲିସ ଭ୍ୟାନ ଏବଂ ଏସଡିଏମଓ ଡାକ୍ତରଖାନାରେ ପହଂଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣା ଘଟାଇ ମୃତ ମହିଳାଙ୍କୁ ନେଇ ସମ୍ପର୍କୀୟମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି । ଏହାପରେ ଡାକ୍ତର ପ୍ରସାଦ ଏବଂ ଅନ୍ୟମାନେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମସ୍ତ ମାଡ଼ମରା ଘଟଣା କାଜୁଆଲିଟି ସିସି କ୍ୟାମେରାରେ କଏଦ ହୋଇ ଯାଇଛି । ଏଣୁ ଏହା ଆଧାରରେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଡାକ୍ତର ଜଣକ ଦାବୀ କରିଛନ୍ତି । ଅପରପକ୍ଷେ ଓଡ଼ିଶା ମେଡ଼ିକାଲ ସର୍ଭିସେସ ଆସୋସିଏସନ(ଓମସା) ପକ୍ଷରୁ ଏଭଳି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବୀ କରାଯାଇଛି । ତେବେ ବର୍ତମାନ ମହାମାରୀ କରୋନା ଯୋଗୁଁ ଡାକ୍ତର ସମୁହ,ନର୍ସ ଏବଂ ପାରା ମେଡ଼ିକାଲ କର୍ମଚାରୀମାନେ ଦିନରାତି ପରିଶ୍ରମ କରି ଲୋକଙ୍କ ଜୀବନ ବଂଚାଇବାକୁ ସଂଘର୍ଷ କରୁଥିବା ବେଳେ ଡାକ୍ତରଙ୍କୁ ଏପରି ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.