Home ଜିଲ୍ଲା ପରିକ୍ରମା ଡାଇଭରସନରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା

ଡାଇଭରସନରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା

34

ବାହାନଗା,୧୨ ।୩(ଭାରତୀ ଦାସ / ଓଡ଼ିଆ ପୁଅ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିକପୁର ହାଟ ନିକଟ ଡାଇଭରସନରେ ଆଜି ସନ୍ଧ୍ୟା ସାଡ଼େ ୬ଟା ସମୟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣ ଗୁରୁତର ହୋଇ ଥିବବେଳେ ୨ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାମିଲନାଡ଼ୁରୁ (ଟିଏନ-୩୮ଡବ୍ଲୁ -୨୩୨୮) ନଂ ଟ୍ରକ ମାଲ ନେଇ ଆସୁଥିବା ବେଳେ ବିପରୀତ ଦିଗରୁ ପଥର ବୋଝେଇ (ଆରଜେ-୧୪ ଆର -୮୨୮୭) ଟ୍ରକ ଆସୁଥିଲା ଫଳରେ ବାରିକପୁର ଡାଇଭରସନ ନିକଟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଟି ଗାଡ଼ିର କେବିନ ମାଡ଼ରେ ଭାଙ୍ଗିବା ସହ ଡ୍ରାଇଭର ଚାପି ହୋଇ ଥିଲେ । ସ୍ଥାନୀୟ ଲୋକ ମାନେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଟ୍ରକ ଡ୍ରାଇଭର ମାନଙ୍କୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ହସପିଟାଲ ପଠାଇ ଥିଲେ । ଖବର ପାଇ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁଇ ପାଶ୍ୱର୍ରେ ଜାମ ହୋଇ ଠିଆ ହୋଇ ଥିବା ଗାଡ଼ିକୁ ନିୟନ୍ତ୍ରଣ କରି ଛାଡ଼ି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.