Home ଓଡ଼ିଶା ଠକେଇ ଅଭିଯୁକ୍ତ ଫେରାର କାହ୍ନୁ ଚାନ୍ଦପୁର ପୋଲିସ୍ ଦ୍ୱାରା ଗିରଫ

ଠକେଇ ଅଭିଯୁକ୍ତ ଫେରାର କାହ୍ନୁ ଚାନ୍ଦପୁର ପୋଲିସ୍ ଦ୍ୱାରା ଗିରଫ

81

ନୟାଗଡ/୧୧/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର କାହ୍ନୁ ପ୍ରଧାନ ଠକେଇ କରିଚାଲିଥିଲା । ଯାହାକୁ ନେଇ କାହ୍ନୁ ପ୍ରଧାନ ନାମରେ  ଚାନ୍ଦପୁର ଥାନା ରେ ଜଙ୍କିଆ ବାଙ୍କନିଧି ବିଦ୍ୟାପୀଠରୁ ଅଭିଯୋଗ ହୋଇଥିଲା  ।  ପୋଲିସ୍ ସେହି ଦିନଠାରୁ କାହ୍ନୁ ନାମରେ ମାମଲା ରୁଜୁ କରି ଖୋଜିବୁଲୁଥିଲା । ଚାନ୍ଦପୁର ଥାନା ତରଫରୁ ଗତ ନଭେମ୍ବର ୧୦ତାରିଖ ରାତିରେ କଟକ ଅଂଚଳରୁ ଚଢାଉ କରି କାହ୍ନୁକୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ କାହ୍ନୁ ପ୍ରଧାନ ନାମରେ ରାଇପଡା କାଜୁ ଜଙ୍ଗଲ ହତ୍ୟା କାଣ୍ଡରେ ପରୋକ୍ଷରେ ଅଭିଯୋଗ ହେବା ସହିତ ଅନ୍ୟ ଠକେଇ ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ୍ ଅଟକ ରଖି ପଚରା ଉଚରା ଜାରି ରଖିଥିବା  ଜଣାପଡିଛି  ।

ତଦନ୍ତ ଚାଲିଥିବା ରୁ ପୋଲିସ୍ ତଥ୍ୟ ଦେବାକୁ ମନା କରିଛି  । ଚାନ୍ଦପୁର ଅଂଚଳରେ କାହ୍ନୁ ପ୍ରଧାନ କେତେବେଳେ ଶିକ୍ଷାବିଭାଗ ଡେପୁଟି ସଚିବ କହି ରଣପୁର ବିଧାୟକଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ଉତ୍ସବରେ ବସୁଥିଲା ତ ଆଉ କେତେବେଳେ ଗୃହ ବିଭାଗ ସଚିବ କହି ଚାନ୍ଦପୁର ଥାନା ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିଲା  ।  ଏହା ସହିତ ରାଜସ୍ୱ ବିଭାଗ ର ସଚିବ କହି ପଥର ଖଣି ମାଫିଆ ମାନଙ୍କୁ ହାତବାରିସି କରିବା ଆଲୋଚନା ହେଉଥିଲା  । କେବଳ ଚାନ୍ଦପୁର ନୁହେଁ ରଣପୁର ଅଂଚଳର ବହୁ ସରକାରୀ ଅଧିକାରୀ ଙ୍କୁ ହାତେଇ ନେଇଥିଲା । କାହ୍ନୁ ପ୍ରଦାନ ଗିରଫ ହେବା ଯୋଗୁଁ ତାଠାରୁ ଠକାମୀ ର ଶିକାର ହୋଇଥିବା ଲୋକମାନେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମିରଞ୍ଜନ ଦାଶ ଙ୍କୁ ଧନ୍ୟବାଦ ଦେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.