Home କେନ୍ଦୁଝର ଟୀକା ନପାଇ ଶହଶହ ଲୋକ ଫେରିଲେ, ଦ୍ୱିତୀୟ ଡୋଜ ଟୀକାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି

ଟୀକା ନପାଇ ଶହଶହ ଲୋକ ଫେରିଲେ, ଦ୍ୱିତୀୟ ଡୋଜ ଟୀକାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି

87

ହାଟଡ଼ିହି,୫ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଗତ ୮/୧୦ଦିନ ହେଲା ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ ହେବାପରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଟୀକାଦାନ ପ୍ରକ୍ରୀୟା । ଆଜି ହାଟଡିହି ଡାକ୍ତରଖାନାରେ ୧୮ରୁ୪୪ବର୍ଷର ଲୋକମାନଙ୍କୁ ଟୀକା ପ୍ରଦାନ କରାଯିବାର ଥିବାବେଳେ ଏଠାରେ ୭ଶହରୁ ୮ଶହ ଲୋକଙ୍କ ଭିଡ ଜମିଥିଲା । ଫଳରେ ସେଠାରେ ନାନା ବିଶୃଙ୍ଖଳା ହେବାସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଅନେକ ଲୋକ ଟୀକା ଦିଆଯାଉଥିବା ଶୁଣି ସେମାନଙ୍କର ୮୪ଦିନ ଅବଧି ପୁରିଯାଇଥିବାରୁ ଦ୍ୱିତୀୟ ଡୋଜ ଟୀକାନେବାପାଇଁ ଆସି ନିରାଶରେ ଫେରିଥିଲେ । ଏଠାରେ ଅ୍ରାଜି ତିନିଶହ ଲୋକଙ୍କୁ ଟୀକା ଦିଆଯାଇଥିବା ଜଣାଯାଇଛି । ସେହିପରି ଓରାଳି, ଗେଡମା, ହାବଳେଶ୍ୱର, ମିଠିଗାଁ ଓ ଟୁକୁଣାରେ କେବଳ ୪୫ରୁ ଉର୍ଦ୍ଧ ଲୋକ ଓ ଦିତୀୟ ଡୋଜ ଟୀକା ଲୋକମାନଙ୍କୁ ଟୀକା ଦିଆଯାଇଥିଲା । ସେଡିସବୁ ସ୍ଥାନ ମାନଙ୍କରେ ମଧ୍ୟ ପ୍ରବଳ ଗହଳି ହେବାସହ ଶହଶହ ଲୋକ ଟୀକା ନପାଇ ଫେରିଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଡୋଜ ଟୀକାପାଇଁ ଶହ ଶହ ଲୋକ ଅପେକ୍ଷା କରିଥିବାବେଳେ ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ନଥିବାରୁ ସେମାନେ ଏହି ଗହଳି ଭିତରେ ଯାଇ ଟୀକା ନେଇପାରୁ ନାହାନ୍ତି । ଯାହାଦ୍ୱାରାକି କାହାର ୯୦ଦିନ ପାର ହେଲାଣି ତ ଆଉ କାହାର ୧୦୦ଦିନ ପାର ହେଲାଣି । ତେଣୁ ପ୍ରତି ପଞ୍ଚାୟତରେ ଦ୍ୱିତୀୟ ଡୋଜ ଟୀକାଧାରୀଙ୍କ ପାଇଁ ସୁବ୍ୟବସ୍ଥା କରାଯାଇ ଟୀକା ପ୍ରଦାନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.