Home କେନ୍ଦୁଝର ଟୀକାକେନ୍ଦ୍ରରେ ଉତ୍ତେଜନାକୁ ନେଇ ଟୀକାଦାନ ବ୍ୟାହତ

ଟୀକାକେନ୍ଦ୍ରରେ ଉତ୍ତେଜନାକୁ ନେଇ ଟୀକାଦାନ ବ୍ୟାହତ

44

ହାଟଡ଼ିହି, ୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଏଲକଣା ବିଦ୍ୟାଳୟରେ ଆଜି କୋଭିଡ ଟୀକାକରଣ ଚାଲିଥିବାବେଳେ ଉତ୍ତେଜନା ଦେଖାଦେବାରୁ ସ୍ୱାସ୍ୟ୍ଥ୍ର ବିଭାଗର କର୍ମଚାରୀମାନେ ବାଧ୍ୟହୋଇ ଟୀକାଦାନ କାର୍ଯ୍ୟକୁ ଏକଘଣ୍ଟା ବନ୍ଦ କରିଦେଇଥିଲେ । ଖବରରୁ ଜଣାଯାଇଛି ଯେ ଏଠାରେ ଦୁଇଶହ ଲୋକଙ୍କୁ ଟୀକାଦାନ କରିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବାହାର ଗାଁର କିଛି ଲୋକ ଟୀକା ନେବାପାଇଁ ପହଞ୍ଚିବାରୁ ସେହି ଗାଁର ଲୋକମାନେ ଆଗ ଟୀକା ନେବାକୁ ଜିଦ କରିଥିଲେ । ଏପରିକି ଏକ ସମୟରେ ଅନେକ ବ୍ୟକ୍ତି ଟୀକାକରଣ କେନ୍ଦ୍ର ଭିତରକୁ ଧଷେଇ ପସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ କର୍ମଚାରୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରିବାରୁ ଟୀକାଦାନକୁ ଏକଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦେବାପାଇଁ ଉଚ୍ଚ କର୍ତ୍ତୁପକ୍ଷ ପରାମର୍ଶ ଦେଇଥିଲେ । ଘଣ୍ଟାଏ ପରେ ଲୋକଙ୍କ ଭିତରେ ଆଲୋଚନା କରାଯାଇ ପରିସ୍ଥିତି ଶାନ୍ତ ପଡିବା ପରେ ଲୋକମାନଙ୍କୁ ଧାଡିରେ ଠିଆ କରାଯାଇ ସୁଚାରୁରୁପେ ଟୀକାଦାନ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.