ନୂଆଦିଲ୍ଲୀ: ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ଏକ ପରିତ୍ୟକ୍ତ ବୋରୱେଲର ୭୦ଫୁଟ ତଳକୁ ଖସି ପଡ଼ି ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଦୁଇ ବର୍ଷ ବାଳକ ସୁଜିତ ୱିଲସନର ଶେଷରେ ମୃତ୍ୟୁ ଘଟିଲା।ସୁଜିତର ଉଦ୍ଧାର କାର୍ଯ୍ୟ ବେଳର ଦୃଶ୍ୟକୁ ଟେଲିଭିଜନ୍ରେ ପ୍ରସାରଣ କରାଯାଉଥିଲା।ଘରେ ବସି ଟିଭିରେ ସୁଜିତର ଉଦ୍ଧାର କାର୍ଯ୍ୟ ବେଳର ଦୃଶ୍ୟ ଦେଖୁଥିବା ବେଳେ ଥ୍ରେସପୁରମ ଗ୍ରାମର ଦମ୍ପତ୍ତି ନିଜର ୨ ବର୍ଷର କନ୍ୟା ସନ୍ତାନ ରେବତୀ ସଞ୍ଜନାକୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।ବାପା ମା’ ଏଣେ ଟିଭି ଦେଖିବାରେ ମଜି ଯାଇଥିବା ବେଳେ ରେବତୀ ପାଣି ଡ୍ରମରେ ବୁଡି ଯାଇଥିଲା।ମା’-ବାପା ଟିଭି ପାଖରୁ ଉଠି ଶିଶୁକୁ ଖୋଜାଖୋଜି କରି ପାଣି ଡ୍ରମ ପାଖରେ ପହଞ୍ଚିଲା ବେଳକୁ ରେବତୀ ଡ୍ରମ ଭିତରେ ନିଶ୍ଚଳ ହୋଇ ପଡ଼ି ରହିଥିଲା।ସଙ୍ଗେସଙ୍ଗେ ଶିଶୁ ରେବତୀ ସଞ୍ଜନାକୁ ମା’-ବାପା ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ।//ଦେବଦତ୍ତ ରଥ