Home କେନ୍ଦୁଝର ଟିପର ସହିତ ବାଇକ ଧକ୍କା, ଯୁବକ ଗୁରୁତର

ଟିପର ସହିତ ବାଇକ ଧକ୍କା, ଯୁବକ ଗୁରୁତର

159

ଯୋଡା, ୦୯- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗୁରୁବାର ପୂର୍ବାହ୍ନରେ ଜୁରୁଡି ପଟୁ ବାଂଶପାଣି ରେଳ ସାଇଡିଂକୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ବାଂଶପାଣିସ୍ଥିତ ଝା ପେଟ୍ରୋଲ ପମ୍ପ ନକଟରେ ଅପରପଟୁ ଆସୁଥିବା ଏକ ମୋଟରସେଲ ଆରୋହୀଙ୍କ ଉପରେ ଚଢିଯିବାରୁ ଯୁବକ ଜଣଙ୍କ ଗୁରୁତର ହୋଇପଡିଥିବା ଜଣାପଡିଛି । ଟ୍ରକଟି ମୋଟରସାଇକେଲଟିକୁ ପ୍ରାୟ ୧୫ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିବା ବେଳେ ମୋଟରସାଇକେଲ ଆରୋହୀ ଜଣଙ୍କ ତଳି ପଡି ଛଟପଟ ହୋଉଥିବା ବେଳେ କିଛି ଲୋକ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚିô ଯୁବକଟିକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଆଣିଥିବା ଜଣାପଡିଛି । ଦୁର୍ଘଟଣାପରେ ଡ୍ରାଇଭର ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଗୁରୁତର ଯୁବକ ଜଣଙ୍କ କୌଣସି ପରିଚୟ ମିଳିପାରିନଥିବା ବେଳେ ଆପାଚି ମୋଟରସାଇକେଲ ନଂ. ଓଡି୧୧ଏନ୍‌-୮୭୬୧ ଟି ରାଉରଙ୍ଗପୁରସ୍ଥିତ ବିଣା ଲୋହାରଙ୍କ ନାମରେ ଥିବା ଜଣାପଡିଛି । ସେହିପରି ଦୁର୍ଘଟଣା ଘଟାଇଥିବା ଡମ୍ପର ନଂ. ଓଆର୦୯ଏଫ୍‌-୬୮୫୭ଟି ଅନୁଜ ସିଂଙ୍କ ନାମରେ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.