Home ଅନୁଗୁଳ ଟିଣରେ ବେକ କଟି ନାବାଳକଙ୍କ ମୃତ୍ୟୁ

ଟିଣରେ ବେକ କଟି ନାବାଳକଙ୍କ ମୃତ୍ୟୁ

173

ପାଳଲହଡ଼ା,୩୧/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁର ପ୍ରଫୁଲ୍ଲ ପଢିହାରଙ୍କ ନାବାଳକ ପୁଅ ବିଭୁ (୧୨) ଖେଳିବା ବେଳେ ଟିଣରେ ବେକ କଟିଯିବାରୁ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଗାଁର କେତେକ ଆଦିବାସୀଙ୍କୁ କୁକୁଡ଼ା ପାଳନ ପାଇଁ ପିବିଡ଼ିଏ ପକ୍ଷରୁ ଟିଣ ଜାଲି ଯୋଗାଇ ଦିଆଯାଉଛି। ତେବେ ବିଭୁ ଖେଳିବା ସମୟରେ ଏହି ଭଳି ଏକ ଟିଣ ଜାଲିରେ ତାଙ୍କ ବେକ ବାଜି କଟି ଯାଇଥିଲା l ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରାତି ପ୍ରାୟ ୭ଟା୧୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ବିଭୁ ଷଷ୍ଠ ଶ୍ରେଣୀରେ ପଢୁଥିଲେ।ତାଙ୍କ ବିୟୋଗରେ ଗାଁରେ ଶୋକ ପ୍ରକାଶ ପାଇଛି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.