Home କେନ୍ଦ୍ରାପଡ଼ା ଟିଏମସି ପାଇଁ ବ୍ୟୟ ବକେୟା ଅର୍ଥ ନପାଇଲେ ସରପଞ୍ଚମାନେ ଧାରଣା ଦେବେ

ଟିଏମସି ପାଇଁ ବ୍ୟୟ ବକେୟା ଅର୍ଥ ନପାଇଲେ ସରପଞ୍ଚମାନେ ଧାରଣା ଦେବେ

29

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକର ସରପଞ୍ଚମାନଙ୍କ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଗତ କୋଭିଡ-୧୯ ସମୟର ଟିଏମସି ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାଯିବାକୁ କଂସାର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନେତୃତ୍ୱରେ ଏକ ଦାବିପତ୍ର ବୁଧବାର ପ୍ରଦାନ କରାଯାଇଛି। ତୁରନ୍ତ ସେହି ବକେୟା ଅର୍ଥ ପ୍ରଦାନ କରାନଗଲେ ସରପଞ୍ଚମାନେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୧୩ତାରିଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରତି ପଞ୍ଚାୟତରେ କୋଭିଡ – ୧୯ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟି.ଏମ.ସି.) ଖୋଲାଯାଇ ତାହାର ସୁପରିଚାଳନା କରାଯାଇଥିଲା। ସେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସରପଞ୍ଚମାନେ ନିଜ ହାତରୁ ଏବଂ ଉଧାର କରି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ। ଦିର୍ଘ ବର୍ଷକରୁ ଉର୍ଦ୍ଧ୍ୱ ସମୟ ପରେବି ପଞ୍ଚାୟତକୁ ମାତ୍ର ୫ଲକ୍ଷ ଟଙ୍କା ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ପ୍ରତ୍ୟେକ ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟି.ଏମ.ସି.) ଗୁଡିକ ପରିଚାଳନାରେ ବ୍ୟୟ କରିଥିବା ସଂପୂର୍ଣ୍ଣ ଅର୍ଥ ପଞ୍ଚାୟତକୁ ପ୍ରଦାନ କରାଯିବାକୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସରପଞ୍ଚମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସରପଞ୍ଚମାନେ ଆଲୋଚନା କରିବା ସହ ପଞ୍ଚାୟତର ଟିଏମସି ପରିଚାଳନାର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାନଗଲେ ଆସନ୍ତା ସୋମବାର ୧୩ତାରିଖରେ କେନ୍ଦ୍ରାପଡା ବ୍ଲକର ସମସ୍ତ ସରପଞ୍ଚ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସରପଞ୍ଚମାନେ ଚେତାବନୀ ଦେଇଛନ୍ତି। ଚକ୍ରୋଡା ସରପଞ୍ଚ ବସନ୍ତ ରାଉତ, ଗଗନବିହାରୀ ସାହୁ, ପିତବାସ ବେହେରା, ଜିନତପ୍ରିୟଦର୍ଶିନୀ ରାଉତ, ଗାୟତ୍ରୀ ମହାନ୍ତି, ସୀତାସୁନ୍ଦରୀ ମଲିକ, ଧରଣୀଧର ଦାସ, ତଅପୋଇ ମଲିକ, ସନତ କୁମାର ଜେନା, ରୀନା ମଲିକ, ଝୁନା ମଲିକ, କବିତା ବାରିକ, ସୁଶିଳା ରାଉତ, ନିରୂପମା ପ୍ରଧାନ ପ୍ରମୁଖ ପ୍ରକଳ୍ପ ନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.