Home କେନ୍ଦ୍ରାପଡ଼ା ଚଳିତମାସ ୧୩ରେ ଗାଁସାଥି ସଙ୍ଘର ବିଧାନସଭା ଘେରାଉ

ଚଳିତମାସ ୧୩ରେ ଗାଁସାଥି ସଙ୍ଘର ବିଧାନସଭା ଘେରାଉ

151

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଚଳିତମାସ ୧୩ତାରିଖରେ ଗାଁ ସାଥି(ମେଟ) ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଓଡିଶା ବିଧାନସଭାକୁ ଘେରାଉ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏଥିସହିତ ସଙ୍ଘର କର୍ମକର୍ତ୍ତାମାନେ ଗୋଟିଏ ଗୋଟିଏ ଟିମରେ ବିଭକ୍ତ ହୋଇ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ସଙ୍ଘର ଦାବି ସମ୍ପର୍କରେ ଅବଗତ କରାଇ ବିଧାନସଭାରେ ସେମାନଙ୍କ ଦାବି ବିଷୟରେ ଆଲୋଚନା କରିବାକୁ ନିବେଦନ କରିବେ। ଏହା ବ୍ୟତିତ ୧୪ତାରିଖରେ ସଙ୍ଘର ଦାବିକୁ ତୁରନ୍ତ ପୁରଣ କରିବାକୁ ସଂଗ୍ରାମ ଯୋରଦାର କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାର ଗୋପାଲଜୀଉଙ୍କ ମନ୍ଦିର ପରିସରରେ ଗଣମାଧ୍ୟମକୁ ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗାଁ ସାଥିଙ୍କୁ ପଞ୍ଚାୟତରାଜ ବିଭାଗର ସ୍ଥାୟୀ ନିଯୁକ୍ତି ପ୍ରଦାନ, ମାସିକ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନ, ସମସ୍ତ ଗାଁ ସାଥିଙ୍କୁ ଜାତୀୟ ମୋବାଇଲ ମନିଟରିଂ ସିଷ୍ଟମରେ ସଠିକ ପଞ୍ଜିକରଣ କରାଯିବା ସହ ଜିଓଟେକ କାର୍ଯ୍ୟ ପ୍ରଦାନ କରାଯିବା, ଜବକାର୍ଡଧାରୀଙ୍କ ନିଶ୍ଚିନ୍ତ କର୍ମ ଯୋଗାଣ ଦିବସ ଏକଶହରୁ ୨ଶହ ଦିନ ବୃଦ୍ଧି, ଦୈନିକ ମଜୁରୀ ୩ଶହ ଟଙ୍କାରୁ ଉର୍ଦ୍ଧ୍ୱ ବୃଦ୍ଧି, ମେଟ ପରିବର୍ତ୍ତେ ଗାଁ ସାଥି ପଦବୀକୁ କାଏମ ରଖିବା ପ୍ରଭୃତି ୫ଦଫା ସମ୍ବଳିତ ଦାବିରେ ଗତ ଅକ୍ଟୋବରମାସ ୨୫ତାରିଖରୁ ଏପର୍ଯ୍ୟନ୍ତ ଲୋୟର ପିଏମଜିରେ ସଙ୍ଘ ପକ୍ଷରୁ ଏକ ପ୍ରଭାବି ଢଙ୍ଗରେ ଆନ୍ଦୋଳନ ଚାଲିଆସୁଛି। ଗତ ସେପ୍ଟେମ୍ବରମାସ ୭ତାରିଖରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଉଚ୍ଚ ସ୍ତରୀୟ ବୈଠକରେ ସଙ୍ଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ସଙ୍ଘର ଦାବି ଗୁଡିକ ୧୫ଦିନ ମଧ୍ୟରେ ପୁରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ସେହି ପ୍ରତିଶୃତିର କୈାଣସି ସୁଫଳ ମିଳିଲା ନାହିଁ। ତେଣୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଗାଁ ସାଥିମାନେ ସପରିବାର ନିଜ ନିଜ ଗ୍ରାମର ଜବକାର୍ଡଧାରୀମାନଙ୍କୁ ସଙ୍ଗରେ ନେଇ ଆସନ୍ତା ୧୩ତାରିଖରେ ବିଧାନସଭା ସମ୍ମୁଖରେ ସକାଳ ୯ଟା ସୁଦ୍ଧା ପହଞ୍ଚି ଆନ୍ଦୋଳନରେ ଯୋଗଦେବାକୁ ସଙ୍ଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଜିର ଏହି ବୈଠକରେ ଗାଁ ସାଥି(ମେଟ)ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର କେନ୍ଦ୍ରାପଡା ଜିଲ୍ଲା ଶାଖା ସଭାପତି କନକଲତା ଜେନା, ସମ୍ପାଦକ ଅନିଲ କୁମାର ଜେନା, ଜାନକି ମହାରଣା, ବରଦାକାନ୍ତ ପାତ୍ର, ଲତିକା ସ୍ୱାଇଁ, ମମତା ନାୟକ, ହରେକୃଷ୍ଣ ମହାପାତ୍ର, ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିର କୁମାର ବସନ୍ତିଆ, ହେମନ୍ତ ମଲ୍ଲିକ, ରବିନ୍ଦ୍ର ସାହୁ, ରଞ୍ଜନ ପରିଡା, ଆଶିଷ ସାହୁ, ମନୋଜ ସୁତାର, ପ୍ରଶାନ୍ତ ଦାସ, ସୁଧିର ରଞ୍ଜନ ପ୍ରଧାନ, ଅଜୟ ମହାପାତ୍ର, ସୁଶାନ୍ତ ବିଶ୍ୱାଳ, ମନସ୍ୱିନୀ ଜେନା, ଦିବାକର ସାହୁ, ଗଦାଧର ମଲ୍ଲିକ, ଅଞ୍ଜନ ମଲ୍ଲିକ, କୈଳାସ ଦାସ, ରିନାରାଣୀ ନାୟକ, ନବଘନ ସାହୁ, ବିକ୍ରମବେତାଳ ଦାସ, ଉପେନ୍ଦ୍ର ସାହୁ, କବି ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.