Home ଓଡ଼ିଶା ଟଙ୍କା ଲୁଟ୍ ଉଦ୍ୟମ, ବାଲାଂଦେଶୀ ଯୁବତୀ ଗିରଫ

ଟଙ୍କା ଲୁଟ୍ ଉଦ୍ୟମ, ବାଲାଂଦେଶୀ ଯୁବତୀ ଗିରଫ

61

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ମୁକୁନ୍ଦପୁର ଗ୍ରାମର ଜଣେ ମହିଳା ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ପରିବା ମାର୍କେଟ୍‌ରେ ନଇଁପଡି ପରିବା କିଣୁଥିବାବେଳେ ତାଙ୍କ ଭେନିଟ୍ ବ୍ୟାଗ୍ ପଛପଟୁ ବ୍ଲେଡ୍ ମାରି ଟଙ୍କା ଲୁଟ୍ କରୁଥିବାର ଅଭିନବ ପ୍ରୟାସ କରୁଥିବା ଦୁଇଜଣ ବାଲାଂଦେଶୀ ଯୁବତୀଙ୍କୁ ଲୋକେ ଧରି ସହରାଞ୍ଚଳ ଥାନାକୁ ହସ୍ତାନ୍ତର କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ଦୁଇଜଣ ଯୁବତୀ ପଶ୍ଚିମବଙ୍ଗରୁ ଆସି ଏହିଭଳି ଭିଡ ଓ ବ୍ୟସ୍ତବହୁଳ ସ୍ଥାନରୁ ବ୍ଲେଡ୍ ମାରି ଟଙ୍କା ଲୁଟିଥାନ୍ତି। ତେବେ ପୁଲିସ୍‌ର ସୂଚନା ଅନୁସାରେ ପଶ୍ଚିମବଙ୍ଗ ପୁରୁଲିଆ ନିବାସୀ ଏହି ଦୁଇଜଣ ଯୁବତୀ ଆଜି ଜନଗହଳିପୂର୍ଣ୍ଣ କଚେରୀ ବଜାର ପରିବା ମାର୍କେଟ୍‌ରେ ମହିଳାଙ୍କ ନିକଟରୁ ଲୁଟ୍ ଉଦ୍ୟମ କରି ଧରାପଡିଛନ୍ତି। ଲୋକେ କଟା ଭ୍ୟାନିଟି ବେଗ୍ ସହ ଦୁଇ ଯୁବତୀଙ୍କୁ ପୁଲିସ୍‌ର ଜିମା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.