Home ଜିଲ୍ଲା ପରିକ୍ରମା ଝୁଟୁଣା ବାଲିଖାଦାନ ନିଲାମକୁ ବଡବନସ୍ତା ଗ୍ରାମବାସୀଙ୍କ ବିରୋଧ

ଝୁଟୁଣା ବାଲିଖାଦାନ ନିଲାମକୁ ବଡବନସ୍ତା ଗ୍ରାମବାସୀଙ୍କ ବିରୋଧ

30

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଝୁଟୁଣା ବୈତରଣୀ ନଦୀ ସୈରାତକୁ ବାଲି ଉଠାଣ ପାଇଁ ଆଗାମୀ ୯ ତାରିଖ ମଙ୍ଗଳବାର ନିଲାମ କରାଯିବ । ମାତ୍ର ଏହି ନିଲାମକୁ ପୂର୍ବବର୍ଷ ଭଳି ବଡବନସ୍ତା ଗ୍ରାମବାସୀମାନେ ବିରୋଧ କରିବେ ବୋଲି ସୂଚନା ଦେଇଛନ୍ତି । ଏହି ସୈରାତରୁ ବାଲି ପରିବହନ ପାଇଁ ବହବନସ୍ତା ହିଁ ଏକମାତ୍ର ରାସ୍ତା । ବାଲିପରିବହନକାରୀ ଯାନବାହନ ବଡବନସ୍ତା ରାସ୍ତା ଦେଇ ଚଳାଚଳ କଲେ ରାସ୍ତା ନଷ୍ଟ ହେବା ସହ ଗ୍ରାମବାସୀଙ୍କ ଯାତାୟତ ଅସୁରକ୍ଷିତ ହୋଇପଡିବ । ପ୍ରତିବର୍ଷ ଏଭଳି ବିରୋଧ ହେବା ସତ୍ତ୍ୱେ ତହସିଲ କତ୍ତୃପକ୍ଷ ଏହାକୁ ଅଣଦେଖା କରି ନିଲାମ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମାତ୍ର ଏହାକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବା ସହ ସ୍ଥାନୀୟଭାବେ ମଧ୍ୟ ବିରୋଧ କରାଯିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଜନଅସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ତହୌସିଲଦାର ମୃତ୍ୟୁଞ୍ଜୟ ଭୂୟାଁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.