Home ଜିଲ୍ଲା ପରିକ୍ରମା ଝୁଟୁଣାରେ ବିଜେପିର ମିଶ୍ରଣ ପର୍ବ

ଝୁଟୁଣାରେ ବିଜେପିର ମିଶ୍ରଣ ପର୍ବ

43

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଝୁଟୁଣା ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ପ୍ରଭାରୀ କୈଳାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳର ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସାହୁ, ଗୋପିନାଥ କର, ବିଜୟ ମିଶ୍ର, ଭାସ୍କର ରାଉତ, ଅଶୋକ ଘଡେଇ, ବିଷ୍ଣୁ ସେଠୀ ପ୍ରମୁଖ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ସଙ୍କଳ୍ପ କରିଥିଲେ । ରମେଶ ବେହେରା, ଦୁଃଖିଶ୍ୟାମ ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା, ରତ୍ନାକର ବେହେରା, ଶିବପ୍ରସାଦ ବେହେରା, ଚଗଲ ଜେନା ପ୍ରମୁଖ ବହୁ ରାଜନୈତିକ କର୍ମୀ ବିଜେପିରେ ଯୋଗଦେଇଥିଲେ । ଦଳ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇ ନବାଗତଙ୍କୁ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.