Home କଳାହାଣ୍ଡି ଝଡତୋଫାନ ଓ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ, ସାଂପ୍ରତିକ ସ୍ଥିତିରେ ଚାଷୀର ଅବସ୍ଥା ବେହାଲ

ଝଡତୋଫାନ ଓ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ, ସାଂପ୍ରତିକ ସ୍ଥିତିରେ ଚାଷୀର ଅବସ୍ଥା ବେହାଲ

287

କଳାହାଣ୍ଡି-ତା୦୧.୦୫.୨୦୨୦ ( ଓଡିଆପୁଅ) ଅପ୍ରେଲ ମାସ ଶେଷ ସପ୍ତାହ ମଧ୍ୟରେ ଦୁଇ ତିନିଥର ବ୍ୟାପକ ଝଡତୋଫାନ ସାଙ୍ଗକୁ କୁଆପଥର ମାଡ ହେବାପରେ କଳାହାଣ୍ଡିର ଚାଷିଙ୍କ ଅବସ୍ଥା ବେହାଲ ହୋଇଯାଇଛି । ବିଶେଷକରି କୋକସରା ବ୍ଲକର ଚାଷିମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାର ଏକ ବେସରକାରୀ ଆକଳନରୁ ଜଣାପଡିଛି । ଏହିବ୍ଲକର କେବଳ ଏକମାତ୍ର ମୋଟେର ଗ୍ରାମପଂଚାୟତ ଇନ୍ଦ୍ରାବତୀରୁ ଜଳସେଚିତ ହେଉଥିବା ବେଳେ କାଶୀବାହାଲ ଗ୍ରାମପଂଚାୟତର ଆଂଶିକ ଜଳସେଚିତ ହୋଇଥାଏ । ଗତ ସପ୍ତାହରେ ତିନିଥର ବ୍ୟାପକ ଭାବେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷା ହେବାଫଳରେ କାଶୀବାହାଲର ଦାନଚାଷ ବ୍ୟାପକ କ୍ଷୟକ୍ଷତି ହୋଇଯାଇଥିବା ଜଣାପଡିଛି । ଝଡତୋଫାନ ହେବାଫଳରେ ପାକଳ ହେବାକୁଥିବା ଧାନଗଛରୁ ଧାନ ଝଡି ମାଟିରେ ପଡିଯାଉଥିବା ବେଳେ କୁଆପଥର ମାଡରେ ଧାନଗଛ ମାଟିରେ ପଡିଯାଇ ନଷ୍ଟ ହେବାକୁ ଲାଗିଛି ବୋଲି ଚାଷି ମହଲରେ ଅଭିଯୋଗ ହୋଇଛି । କାଶିବାହାଲ ଗ୍ରାମର ସରୋଜ ବେହେରା, ପ୍ରସେନଜିତ ବେହେରା, ସୌଜନ୍ୟ ବେହେରା ପ୍ରମୂଖ ଚାଷିମାନଙ୍କ ସମୁଦାୟ ଜମିର ଚାଷ ନଷ୍ଟ ହୋଇଥିବା ଏବଂ ଫସଲ ଆମଦାନୀ କମିଯିବାର ଆଶଙ୍କା ରହିଥିବା ଜଣାପଡିଛି । କ୍ଷୟକ୍ଷତି ସଂପର୍କରେ କୃଷିବିଭାଗ ତରଫରୁ କୃଷିକର୍ମଚାରୀ ତଥା ବିଭାଗୀୟ ପଦାଧିକାରୀମାନେ ସରଜମିନ ତଦନ୍ତ କରି ରିପୋର୍ଟ କରୁଥିବା ଜଣାପଡିଛି । କୋକସରା ବ୍ଲକ ଅଂଚଲରେ ପ୍ରାୟ ୨୬୦ ହେକ୍ଟରରୁ ଅଧିକ ଚାଷ ଜମି ପ୍ରଭାବିତ ହୋଇଥିବା ସହକାରୀ କୃଷି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଦାନଚାଷ ବ୍ୟତୀତ ଏହି ଅଂଚଳରେ ହୋଇଥିବା ଉଦ୍ୟାନ କୃଷିଚାଷ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି । ଜିଲ୍ଲାର ଜୁନାଗଡ, ଜୟପାଟଣା, ଥୁଆମୂଲରାମପୁର ଆଦି ବିଭିନ୍ନ ବ୍ଲକ ଅଂଚଳରେ ମଧ୍ୟ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.