Home ଓଡ଼ିଶା “ଜୱାଦ” ଲାଗି ପିସିସି କଂଟ୍ରୋଲରୁମ କମିଟି ଗଠନ

“ଜୱାଦ” ଲାଗି ପିସିସି କଂଟ୍ରୋଲରୁମ କମିଟି ଗଠନ

37

ଭୁବନେଶ୍ୱର ୩.୧୨ (ଓଡିଆ ପୁଅ) – ସମ୍ଭାବ୍ୟ ବାତ୍ୟା “ଜୱାଦ” ଲାଗି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭ଜଣ ସଦସ୍ୟଙ୍କୁ ନେଇ ଏକ କଂଟ୍ରୋଲରୁମ କମିଟି ଗଠନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଆଜି ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ। ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଉକ୍ତ କମିଟର ସଂଯୋଜକ ଥିବାବେଳେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ସଂଗ୍ରାମ ଦାସ, ତରୁଣ ମିଶ୍ର, ସଂଜୀବ ମହାନ୍ତି, ଦେବେନ୍ଦ୍ର ଦାସ ଓ ପ୍ରମୋଦ କୁମାର ସାହୁ ସଦସ୍ୟ ରହିଛନ୍ତି। ଏମାନେ ସମସ୍ତେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନିମ୍ନରେ “ଜୱାଦ” ପିସିସି କଂଟ୍ରୋଲ ରୁମ ସଂଯୋଜକ ଓ ସଦସ୍ୟଙ୍କ ଯୋଗାଯୋଗ ନମ୍ବର ପ୍ରଦାନ କରାଯାଇଛି।

ପଦ୍ମାକର ଗୁରୁ, ସଂଯୋଜକ – ୬୩୭୦୯୬୫୯୭୮
ସୁବ୍ରତ ମହାପାତ୍ର, ସଭ୍ୟ – ୯୧୩୨୭୮୫୬୨୪
ସଂଗ୍ରାମ ଦାସ, ସଭ୍ୟ – ୯୩୩୭୦୬୨୮୨୬
ତରୁଣ ମିଶ୍ର, ସଭ୍ୟ – ୯୪୩୭୧୯୨୧୬୧
ସଂଜୀବ ମହାନ୍ତି, ସଭ୍ୟ – ୮୨୮୦୨୪୩୮୦୯
ପ୍ରମୋଦ ସାହୁ, ସଭ୍ୟ- ୭୦୦୮୭୮୮୬୭୭
ଦେବେନ୍ଦ୍ର ଦାସ, ସଭ୍ୟ- ୯୩୪୮୨୬୪୮୭୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.