Home ଓଡ଼ିଶା ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ: କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ: କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

34

ପୁରୀ ୧୨-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ପୁରୀ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ମିଳିତ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ନିମାପଡାର କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ, କାକଟପୁର, କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ଗୋପ ଆଦି ଏଗାରଟି ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବା ର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂଚନା ଅନୁସାରେ ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଯାଇଥିଲା। ହେଲେ ଏକ ଲକ୍ଷ ହେକ୍ଟର ଚାଷଜମିରୁ ଅମଳ ହୋଇପାରିନଥିଲା। ଏବେବି ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ଫଳରେ ଧାନଫସଲ ସହ ଅନ୍ୟାନ୍ୟ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା। ଫଳରେ ଚାଷୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚାଷୀମାନେ ବିପୁଳ କ୍ଷତି ର ସମୁଖୀନ ହୋଇ ଥିବା ବେଳେ ସରକାର ଙ୍କ କ୍ଷତିପୂରଣ କୁ କେଵଳ ଅପେକ୍ଷା କରିଛନ୍ତି। କେନ୍ଦ୍ରୀୟ ଟିମ୍ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହିତ, ତହସିଲଦାର, ବିଡିଓ ଆଦି ବହୁ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇ ଥିବା କେନ୍ଦ୍ରୀୟ ଟିମ ସଦସ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.