Home ଜିଲ୍ଲା ପରିକ୍ରମା ଛାତ୍ରଛାତ୍ରୀମାନେ ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ

ଛାତ୍ରଛାତ୍ରୀମାନେ ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ

25

ପୁରୀ ୧୨.୧୨ (ଓଡ଼ିଆ ପୁଅ) – ହେରିଟେଜ ରାଇଡରେ ସାମିଲ ହେଲେ ଭୋଳାନାଥ ବିଦ୍ୟାପୀଠର ଛାତ୍ରଛାତ୍ରୀ। ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଶଙ୍କରାଚାର୍ଯ୍ୟ ମଠ ଦେଇ ତୋଟା ଗୋପିନାଥ, ବିଦୂର ମଠ, ବାଉଳି ମଠ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ। ବ୍ଲୁ ଫ୍ଲାଗ ବିଚରେ ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି। ଏହି ଅବସରରେ ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଗାଇଡ ଶ୍ରୀ ଟୁକୁନା ଜେନା, ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ, ଶ୍ରୀ ନଟବର ସାହୁ, ଶ୍ରୀ ସତ୍ୟବ୍ରତ ସାହୁ, ବେୟାରଫୁଟ ଅନୁଷ୍ଠ‍ନର ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.