Home କୋରାପୁଟ  ଜୟପୁର ସଦର ଥାନା ପୋଲିସ  ଦ୍ୱାରା ଅକ୍ସିଜେନ ସିଲିଣ୍ଡର  ବୋଝେଇ ଟ୍ରକରୁ ଗଞ୍ଜେଇ  ଜବତ

 ଜୟପୁର ସଦର ଥାନା ପୋଲିସ  ଦ୍ୱାରା ଅକ୍ସିଜେନ ସିଲିଣ୍ଡର  ବୋଝେଇ ଟ୍ରକରୁ ଗଞ୍ଜେଇ  ଜବତ

48

କୋରାପୁଟ ୧୨-୦୬(ଓଡିଆ ପୁଅ /ରଂଜନ ଦାସ)ଜୟପୁର ସଦର ପୋଲିସକୁ ଆଉ ଏକ ସଫଳତା ମିଳିଛି । ଜୟପୁର ସଦର ଥାନା ପୋଲିସ ଦ୍ୱାରା ଅକ୍ସିଜେନ ସିଲିଣ୍ଡର ବୋଝେଇ ଏକ ଟ୍ରକରୁ ୧କୋଟି ୧୦ ଲକ୍ଷ  ଟଙ୍କାର ଗଞ୍ଜେଇ  ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ  ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି  ।  କୋରାପୁଟ ଆଡୁ ଜୟପୁରକୁ ଯାଉଥିବା ପିବି-୧୦ଇଏସ ୪୬୬୧ ନମ୍ବର ଥିବା ଏକ ଅକ୍ସିଜେନ୍ ସିଲିଣ୍ଡର୍ ଭରା ଟ୍ରକରେ  ଗଞ୍ଜେଇ   ଚାଲାଣ ହେଉଥିବା ଖବର ବିଶ୍ୱସ୍ତ ସୂତ୍ରରୁ  ଜୟପୁର ସଦର ଥାନା  ଭାରପ୍ରାପ୍ତ ଅଧିକାରୀ ଏ.ମହାକୁରଙ୍କୁ ମିଳିଥିଲା । ସୂଚନାକୁ ଆଧାର କରି ଓଆଇସି  ମହାକୁରଙ୍କ ସମେତ  ସବ-ଇନସପେକ୍ଟର ଏନ.କେ.ଟପ୍ପୋ ଓ ଅନ୍ୟ ପୋଲିସ କର୍ମଚାରୀ  ୨୬ ନଂ ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ  ଗାଡିକୁ ଅପେକ୍ଷା କରି ରହିଥିଲେ । ଟ୍ରକ ପହଂଚିବା ମାତ୍ରେ ପୋଲିସ ଟିମଗାଡିକୁ  ଅଟକାଇ ଚେକିଂ କରିବା ବେଳକୁ ଗାଡିରୁ  ଜରି ଅଖାରେ ଥିବା ୧୨୭୭ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା ।  ପୋଲିସ ଟ୍ରକ ସହ ଗଞ୍ଜେଇ ଜବତ କରିଥିବାବେଳେ  ଘଟଣାରେ ଟ୍ରକ ଡ୍ରାଇଭର ପଂଜାବର ଲୁଧିଆନା ଜିଲ୍ଲା ତେଜପୁର ରୋଡର ୟୋଶପାଲ(୪୩)  ଓ ଗଞ୍ଜେଇ  କିଣି ନେଉଥିବା  ଲଖବିନ୍ଦର ସିଂହ(୪୩)କୁ ଗିରଫ କରିଥିଲା । ଗିରଫ  ଅଭିଯୁକ୍ତ ମାନଙ୍କ ଠାରୁ  ପୋଲିସ ୨ଟି ମୋବାଇଲ ଫୋନ ଓ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ  ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଭିଏତନାମରୁ ଆସିଥିବା ଅକ୍ସିଜେନ ସିଲିଣ୍ଡର ବିଶାଖାପାଟଣାରୁ ଦିଲ୍ଲି ଯାଉଥିଲା  ବୋଲି କୁହାଯାଉଛି । ଅକ୍ସିଜେନ ସିଲିଣ୍ଡର ଦିଲ୍ଲି ପଠାଇବା ନିମନ୍ତେ  ପଠାଇଥିବା ପରିବହନ ସଂସ୍ଥା ସହିତ ପୋଲିସ କଥାବାର୍ତା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.