Home କୋରାପୁଟ କୋରାପୁଟ ଜିଲ୍ଲାରେ ୮୮ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୮୮ଜଣ କରୋନା ପଜିଟିଭ ଚିହ୍ନଟ

32

କୋରାପୁଟ ୧୨-୦୬ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଶନିବାର ଦିନ ୨୯ଜଣ ମହିଳାଙ୍କ ସମେତ  ୮୮ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୬୮୨୨ରେ ପହଂଚିଛି ।  ଆଜିର ଆକ୍ରାନ୍ତମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୭ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୪,ସୁନାବେଡା ପୌରାଂଚଳରୁ  ୯ ଏବଂ କୋଟପାଡ ଏନଏସିରୁ  ୬ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ,ବୈପାରିଗୁଡା ଓ ଲମତାପୁଟ  ବ୍ଲକରୁ ଶନିବାର କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ଜଣାପଡିଛି । ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୪  ଓ କୋରାପୁଟ ବ୍ଲକରୁ ୫ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧୦,କୁନ୍ଦୁରା ବ୍ଲକରୁ ୫,ଲକ୍ଷ୍ମୀପୁର ବ୍ଲକରୁ ୩,ନନ୍ଦପୁର ବ୍ଲକରୁ ୧,ନାରାୟଣପାଟଣା ବ୍ଲକରୁ ୭,ପଟ୍ଟାଙ୍ଗୀ ବ୍ଲକରୁ ୧  ଏବଂ  ସେମିଲିଗୁଡା  ବ୍ଲକରୁ  ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୧  ତାରିଖ ସୁଦ୍ଧା ୩ ଲକ୍ଷ  ୯ ହଜାର ୮୬୦  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୧ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୫୨୦୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୫୭୭ଟି ସକ୍ରୀୟ କେସ  ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.