Home କୋରାପୁଟ ଜୟପୁର ଗ୍ଲୋକାଲ ହସପିଟାଲ ହେବ ଡେଡିକେଟେଡ କୋଭିଡ ହସପିଟାଲ

ଜୟପୁର ଗ୍ଲୋକାଲ ହସପିଟାଲ ହେବ ଡେଡିକେଟେଡ କୋଭିଡ ହସପିଟାଲ

20

କୋରାପୁଟ ୨୫-୦୫ (ଓଡିଆ ପୁଅ /ରଂଜନ ଦାସ) ଦିନକୁ ଦିନ କରୋନା ମହାମାରୀ କାୟା ମେଳାଇ ଉଗ୍ରରୂପ ଧାରଣ କରୁଥିବାରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଜୟପୁର ଗ୍ଲୋକାଲ ହସପିଟାଲକୁ ଡେଡିକେଟେଡ କୋଭିଡ ହସପିଟାଲରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ଅତ୍ୟାଧୁନିକ ବ୍ୟବସ୍ଥା ସମେତ ୩ଟି ଭେଂଟିଲେଟର ସହ ୨୪ ଟି ଆଇସିୟୁ ,୫୦ ଟି କେନ୍ଦ୍ରୀୟ ଅକ୍ସିଜେନ ଲାଇନ ଥିବା ଶଯ୍ୟା , ୨୬ ଟି ସାଧାରଣ ଶଯ୍ୟା ଏବଂ ସିଟିସ୍କାନ . ଲବରେଟରୀ ,ଡିଜିଟାଲ ଏକ୍ସରେ,ଡାଇଲେସିସ ଏବଂ ଅପରେସନ ଥିଏଟର ବ୍ୟବସ୍ଥା ଉପଲବ୍ଧ କରାଯାଇ କରୋନା ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଥିବା  ଜୟପୁର ବିଧାୟକ ଶ୍ରୀ ବାହିନିପତି ଚିଠିରେ ଉଲ୍ଲେଖ କରିଥିଲେ ।ଏହି ଚିଠିକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ସଚିବ ଗ୍ଲୋକାଲ ହସପିଟାଲକୁ ନୂତନ ଡେଟିକେଟେଡ କୋଭିଡ ହସପିଟାଲରେ ପରିଣତ କରିବାକୁ ଅନୁମୋଦନ ଦେଇ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଚିଠି ପ୍ରଦାନ କରିଥିବା ଜଣାପଡିଛି ।ରାଜ୍ୟ ସରକାର ,ସ୍ୱାସ୍ଥ୍ୟ ସଚିବ  ଓ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗ କରିଥିବାରୁ ଜୟପୁର ବିଧାୟକ ଶ୍ରୀ ବାହିନିପତି ଧନ୍ୟବାଦ ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.