Home କୋରାପୁଟ କୋରାପୁଟ ଜିଲ୍ଲାରେ ୨୪୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୨୪୨ଜଣ କରୋନା ପଜିଟିଭ ଚିହ୍ନଟ

35

କୋରାପୁଟ ୨୫-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ  ମଙ୍ଗଳବାର ଦିନ ୯୩ ଜଣ ମହିଳାଙ୍କ ସମେତ  ୨୪୨ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୩୭୨୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୪୬ , ସୁନାବେଡା ପୌରାଂଚଳରୁ ୬ ଏବଂ କୋଟପାଡ ଏନଏସିରୁ   ୪ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୫, ବୈପାରିଗୁଡା ବ୍ଲକରୁ ୧୦,ବୋରିଗୁମ୍ମା ବ୍ଲକରୁ ୪୪,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୧୫  ଓ କୋରାପୁଟ ବ୍ଲକରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୧୩,କୁନ୍ଦୁରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୧୨,ଲକ୍ଷ୍ମୀପୁର ବ୍ଲକରୁ ୨୧,ନନ୍ଦପୁର ବ୍ଲକରୁ୨,ନାରାୟଣପାଟଣା ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୬  ଏବଂ  ସେମିଲିଗୁଡା  ବ୍ଲକରୁ  ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୪  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୫୭  ହଜାର ୮୯୩ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୪ ତାରିଖ   ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୦୯୧୧ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୭୮୦ ଟି ସକ୍ରୀୟ କେସ ରହିଛି ଓ  ୩୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.