Home ଜିଲ୍ଲା ପରିକ୍ରମା ଜୟନ୍ତ ବେହୁରାଙ୍କ ସ୍ମୃତିରେ ଧାମରା ଟ୍ରକ ଟିପ୍ପର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଜୟନ୍ତ ବେହୁରାଙ୍କ ସ୍ମୃତିରେ ଧାମରା ଟ୍ରକ ଟିପ୍ପର ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

17

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳ ର ଜଣାଶୁଣା ଏବଂ ସମସ୍ତଙ୍କ ସୁଖଦୁଃଖର ସାଥୀ ତଥା ଚାନ୍ଦବାଲି ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ ବେହୁରାଙ୍କ ସ୍ମୃତି ଚାରଣ ଉପଲକ୍ଷେ ଧାମରା ଟ୍ରକ ଟିପ୍ପର ସଂଘ ପକ୍ଷରୁ କଇଥଖୋଲା ଅଫିସ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାୟ୍‌ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଘର ସଂପାଦକ ଦିଗମ୍ବର ଦାସ ଯୋଗ ଦେଇ ସାଧାରଣ ଜନତାଙ୍କ ପାଇଁ ତଥା ଅଂଚଳର ସମସ୍ତ ସୁବିଧା ଅସୁବିଧା ପାଇଁ ସେ କିପରି ଆଗଭର ହୋଇ ସମସ୍ତଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ସଂଘର ସଭାପତି ଅଶୋକ ଜାନା ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ କିପରି ସେ ଧାମରା ଅଂଚଳରେ ଥିବାଟ୍ରକ ଟିପ୍ପର ସଂଘ ସହ ଓତୋପ୍ରୋତ ଭାବେ ଜଡିତ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୟନ୍ତ ବେହୁରାଙ୍କ ଅକାଳ ବିୟୋଗ ନିମନ୍ତେ ୨ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘ ପକ୍ଷରୁ ମୁଜିବୁର ଅଲ୍ଲି ଖାଁ, ପଫୁଲ କୁମାର ନାୟକ, ବଇରଗଞନ ସାମଲ, ପିତାମ୍ବର ଦାସ, ସୁବ୍ରତ ଦାସ, ହରଜିତ ନାୟକ, ପ୍ରଦ୍ୟୁମ୍ନ ମାନ୍ନା, ଶକ୍ତିପଦ ପାତ୍ର, ଦିଲିପ ସିଂ, ରାଜକୃଷ୍ଣ ବେରା, ନିତ୍ୟାନନ୍ଦ ମାଇତି, ବିଭୁତି ପାତ୍ର, ରାମଚନ୍ଦ୍ର ବେହେରା, ପ୍ରଶାନ୍ତ କର, ମନସୁର ଅଲ୍ଲି, ଗୋବିନ୍ଦ ଦାସ, ସୁବ୍ରତ ଦାସ, ନରେନ୍ଦ୍ର ମାଇତି, ମାନିକ ଦିନ୍ଦା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.