Home ଜିଲ୍ଲା ପରିକ୍ରମା ଆଜାଦ କି ଅମୃତ ମହୋତ୍ସବ, ଭଣ୍ଡାରିପୋଖରୀକୁ ଆସିବ ‘ଅହିଂସା ରଥ’

ଆଜାଦ କି ଅମୃତ ମହୋତ୍ସବ, ଭଣ୍ଡାରିପୋଖରୀକୁ ଆସିବ ‘ଅହିଂସା ରଥ’

17

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମହାତ୍ମା ଗାନ୍ଧୀ ଓ ଅହିଂସାବାଦ ସୃତି ସହ ସଂପୃକ୍ତ ସ୍ଥାନଗୁଡିକୁ ‘ଅହିଂସା ରଥ’ ପରିକ୍ରମା କରିବ। ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଚଳିତ ବର୍ଷ ପାଳନ କରାଯାଉଥିବା ‘ଆଜାଦ କି ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ସରକାରୀ କାର୍ଯ୍ୟକ୍ରମରେ ‘ଅହିଂସା ରଥ’ ପରିକ୍ରମା କରିବ। ଜିଲ୍ଲାପାଳଙ୍କ ପକ୍ଷରୁ ଏଥିପାଇଁ ସ୍ଥାନୀୟ ବିଡିଓଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଆଗାମୀ ୧୮ ତାରିଖରେ କହରାପୋଖରୀ କ୍ରାନ୍ତୀ ମଇଦାନକୁ ‘ଅହିଂସା ରଥ’ ଆଗମନ କରି ବ୍ଲକ ପରିସରରେ ରାତ୍ରରହଣି କରିବ। ୧୯ ତାରିଖରେ ଭଣ୍ଡାରିପୋଖରୀ ହାଇସ୍କୁଲ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଅହିଂସାର ପ୍ରତୀକ ଷୋଳମପୁର ବୌଦ୍ଧବିହାର ରଘୁନାଥ ମନ୍ଦିର ପରିକ୍ରମା କରି ମଞ୍ଜୁରୀ ଗାନ୍ଧୀ ସୃତିପୀଠ ଓ ବଳଦେବଜୀଉ ମନ୍ଦିର ପରିକ୍ରମା କରିବ। ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ବୁଧବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ କହରାପୋଖରୀ ଠାରେ ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଓ ସ୍ଥାନୀୟ ଅଧିବାସୀ ବିରଞ୍ôଚ ନାୟକଙ୍କ ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଷୋଳମପୁର ଠାରେ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ସହ ଓ ମଞ୍ଜୁରୀ ଗାନ୍ଧୀ ସ୍ମୃତି ପୀଠରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁଶାନ୍ତ ମଳିକଙ୍କ ସହ ପରିକ୍ରମା କାର୍ଯ୍ୟକ୍ରମ ଚୁଡାନ୍ତ କରିବା ସହ ବିଡିଓଙ୍କ ସହ କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ‘ଅହିଂସା ରଥ’ ପରିକ୍ରମା ସ୍ଥଳୀ ଓ ରାସ୍ତାରେ ଥିବା ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସଂପୃକ୍ତି ପାଇଁ ବିଡିଓ ଦେବଦତ୍ତ ଦାସ ପଦକ୍ଷେପ ଗ୍ରହଣ କରିଥିଲେ। ଆଜିର ‘ଅହିଂସା ରଥ’ ପରିକ୍ରମା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କାର୍ଯ୍ୟରେ ଇନଟାକ ସଦସ୍ୟ ବିଶ୍ୱମ୍ଭର ରାଉତ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.