Home କେନ୍ଦୁଝର ଜୟଦୁର୍ଗା କ୍ରିକେଟ,ଅକରୁଆ ଚମ୍ପିୟନ

ଜୟଦୁର୍ଗା କ୍ରିକେଟ,ଅକରୁଆ ଚମ୍ପିୟନ

33

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ଠାରେ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଅକରୁଆ କ୍ରିକେଟ ଟିମ ସିଲନ୍ଦି କ୍ରିକେଟ ଟିମକୁ ୪ଉଇକେଟରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ସିଲନ୍ଦୀ କ୍ରିକେଟ ଟିମ ଟସଜିତି ବ୍ୟାଟିଂକରି ନିର୍ଦ୍ଧାରିତ ୮ଓଭରରେ ୬୩ରନ ସଂଗ୍ରହ କରିଥିଲା । ତାର ଜବାବରେ ଅକରୁଆ ୭.୩ଓଭରରେ ୬ଉଇକେଟ ହରାଇ ୬୫ରନ କରି ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ଜୟଦୁର୍ଗା ଫାଉଣ୍ଡେସନର ସଭାପତି ଉମାକାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସ୍ନେହାଶୁଂ ଶେଖର ସେଠୀ, ସ୍ୱୟଂ ରଞ୍ଜନ ମହାଳିକ ଏବଂ ବିଶ୍ୱଭୂଷଣ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ କଳିଙ୍ଗ କେତନ ଜେନା, ଜ୍ୟୋତି ରଞ୍ଜନ ନାୟକ ଓ ଭାଷ୍ୟକାର ଭାବେ ସତ୍ୟଜିତ ସ୍ୱାଇଁ ଧାରାବିବରଣୀ ପ୍ରଦାନ କରିଥିଲେ । ଗୁରୁପ୍ରସାଦ ଜେନା, ଯଶୋବନ୍ତ ମଲ୍ଲିକ, ଜଗନ୍ନାଥ ମଲ୍ଲିକ, ସୌମ୍ୟ ରଞ୍ଜନ ନାୟକ, ଲଲାଟେନ୍ଦୁ ନାୟକ, ଏବଂ ଆଶିଷ ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.