Home ଓଡ଼ିଶା ଚିକିତ୍ସା ଓ ପାର୍ଥିବ ଶରୀରକୁ ଫେରାଇବାରେ ସହୟତା କଲା ଓଡ଼ିଶା-ମୋ ପରିବାର

ଚିକିତ୍ସା ଓ ପାର୍ଥିବ ଶରୀରକୁ ଫେରାଇବାରେ ସହୟତା କଲା ଓଡ଼ିଶା-ମୋ ପରିବାର

46

ଭୁବନେଶ୍ୱର ୧୯.୧ (ଓଡ଼ିଆ ପୁଅ) ବରଗଡ ଜିଲ୍ଲା ଅନ୍ତର୍ଗତ ଦିପ୍ତିପୁର ସ୍ଥିତ ତାଳ ଗ୍ରାମର ଶୋଭାଙ୍ଗିନୀ ଗରତିଆଙ୍କର ଗତ ୧୭ ତାରିଖରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ବରଗଡ ସ୍ଥିତ ବିକାଶ ମଲ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଜାଣିବାକୁ ପାଇଲେ ଯେ, ଚିକିତ୍ସା ନିମନ୍ତେ କାର୍ଡିଓ ବିଭାଗରେ କୌଣସି ପ୍ରକାର ସୁବିଧା ନାହିଁ। ତେଣୁ ତାଙ୍କ ପୁଅ ତାଙ୍କୁ ତୁରନ୍ତ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରିବାର ପଦକ୍ଷେପ ଗ୍ରହଣ କରିଥିଲେ।

ଭୁବନେଶ୍ୱର ଆଣିବା ସମୟରେ ସମ୍ବଲପୁର ଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତ୍ୟକ ବିଗିଡ଼ି ଯିବାରୁ ତାଙ୍କୁ ସମ୍ବଲପୁର ସ୍ଥିତ ବୁର୍ଲା ହସ୍ପିଟାଲର କାର୍ଡିଓ ବିଭାଗରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମଧ୍ୟ କାର୍ଡିଓ ବିଭାଗରେ ବିଶେଷ ସୁବିଧା ଉପଲବ୍ଧ ନଥିଲା। ତାପରେ ତାଙ୍କୁ ତୁରନ୍ତ ସେଠାରୁ ଆଣି ଗତ ୧୮ ତାରିଖ ରାତିରେ ଭୁବନେଶ୍ଵରର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏ ସମ୍ପର୍କରେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦିଆଯାଇଥିଲା। ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚିକିସ୍ବା ପାଇଁ ଓଡ଼ିଶା-ମୋ ପରିବାର ସୁନିଶ୍ଚିତ କରାଇଥିଲା।

ହେଲେ ଦୁର୍ଭାଗ୍ୟବଶତଃ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀମତୀ ଗରତିଆ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଓଡିଶା-ମୋ ପରିବାର ତରଫରୁ ତାଙ୍କ ପାର୍ଥିବ ଶରୀରକୁ ବରଗଡ ଫେରାଇ ନେବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା-ମୋ ପରିବାରର ଏହି ସହାୟତା ଲାଗି ମୃତକଙ୍କ ପରିବାର ବର୍ଗ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.