Home ଜିଲ୍ଲା ପରିକ୍ରମା ଜୟକୃଷ୍ଣ ଦାସମହାପାତ୍ର ବିଜେଡ଼ିର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ

ଜୟକୃଷ୍ଣ ଦାସମହାପାତ୍ର ବିଜେଡ଼ିର ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ

14

ପୁରୀ, ୨୫/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାର ବିଜେଡ଼ିର ସମ୍ପାଦକ ରୂପେ ଜୟକୃଷ୍ଣ ଦାସ ମହାପାତ୍ରଙ୍କୁ ବିଜେଡ଼ି ସୁପ୍ରମୋ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଦାସ ମହାପାତ୍ର ଏଥିପୂର୍ବରୁ ଜିଲ୍ଲା ଯୁବ ବିଜେଡ଼ିର ଅଧ୍ୟକ୍ଷ ଥିଲେ। ଦୀର୍ଘ କିଛି ଦିନ ନିରବତା ପରେ ଶ୍ରୀ ଦାସମହାପାତ୍ରଙ୍କୁ ଏହି ନୂତନ ନିଯୁକ୍ତି ଦିଆଯାଇଥିବା ଯୋଗୁଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶ୍ରୀ ଦାସମହାପାତ୍ର ମହାପ୍ରଭୁ ଜଗନ୍ନାଥଙ୍କର ଦଇତାପତି ସେବାୟତ ହୋଇଥିବା ବେଳେ ସେ ଜଣେ ଦକ୍ଷ ସଂଗଠକ। ବିଭିନ୍ନ ସମାଜସେବା କାର୍ଯ୍ୟ ସହ ଜଡ଼ିତ ଥିବାବେଳେ ଓଡ଼ିଶାର ତଥା ପୁରୀର କଳା ଓ ସଂସ୍କୃତିର ବିକାଶ କରିବା ଦିଗରେ ତାଙ୍କର ଉଦ୍ଦ୍ୟମ ପ୍ରଶଂସନୀୟ। ବିଜେଡ଼ିର ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ଯୁବ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.