Home Top News ଜ୍ବରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ : ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା

ଜ୍ବରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ : ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା

97

ପୁରୀ ୧୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ। ତେବେ ଶ୍ରୀଜୀଉଙ୍କ ଅନବସରର ଆଜି ହେଉଛି ପ୍ରଥମ ଦିନ। ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ସେବକ ଦଇତାପତି ମାନେ ଗୁପ୍ତ ସେବା ଅନ୍ଧାରୀ କୋଠରୀ ଭିତରେ ଆରମ୍ଭ କରିଛନ୍ତି। ବାହାର କାଠ ନିକଟରେ ଏବେ ଦଶାବତାର ଠାକୁର ମାନଙ୍କ ସହ ପଟି ଦିଅଁଙ୍କ ପୂଜା କରା ଯାଉଛି।ଗତକାଲି ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପିଡ଼ୀତ। ୧୪ଦିନ ଧରି ଏବେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ସେବାଶୁଶ୍ରୁଷା କରିବେ। ଏହି ସମୟରେ ଦଇତାପତି ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ସେବାୟତ ଓ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନ ଥାନ୍ତି। ଏବେ ସେବାୟତ ଓ ଭକ୍ତ କେବଳ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ଅନ୍ୟପଟେ ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି। ଏହି ୧୪ଦିନ ଧରି ତୁଳସୀ ଲାଗି ହେବା ବଦଳରେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରା ଯାଇଥାଏ।

ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ୧୪ଦିନ ଧରି ଦର୍ଶନ ପାଇବାରୁ ବଂଚିତ ହୋଇଥାନ୍ତି ଭକ୍ତ ଓ ସେବାୟତ। କେବଳ ପଟି ଦିଅଁ ଙ୍କୁ ଦର୍ଶନ କରି ସେମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି। ଏହି ଅନବସର ସମୟରେ ମହାପ୍ରଭୁଙ୍କ ବଦଳରେ ପଟି ଦିଅଁ ଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥାଏ। ଦଶାବତାର ଠାକୁରଙ୍କ ସମେତ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେଵ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପଟି ଦିଅଁ ଭାବେ ପୂଜିତ ହେଉଛନ୍ତି। ଅନ୍ୟପଟେ ଏହି ଅନବସର ଦିନ ଗୁଡିକ ରେ ମହାପ୍ରଭୁଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅର୍ନ୍ନମହାପ୍ରସାଦ ଭୋଗ କରାଯାଏ। ଆସନ୍ତା ପଞ୍ଚମୀ ତିଥିରୁ ମହାପ୍ରଭୁଙ୍କ ଜ୍ୱର ଲାଘବ ପାଇଁ ଦଇତାପତି ମାନେ ଫୁଲୁରି ତେଲ ଲାଗି କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.