Home ଜିଲ୍ଲା ପରିକ୍ରମା ଜ୍ଞାନ ଓ ବିଦ୍ୟା ମନ୍ଦିରର ରୂପ ପାଇଛି ବୁର୍ଲା ପ୍ଲାନେଟୋରିୟମ ପ୍ରତିଷ୍ଟା ଦିବସରେ ବକ୍ତାଙ୍କ ମତ

ଜ୍ଞାନ ଓ ବିଦ୍ୟା ମନ୍ଦିରର ରୂପ ପାଇଛି ବୁର୍ଲା ପ୍ଲାନେଟୋରିୟମ ପ୍ରତିଷ୍ଟା ଦିବସରେ ବକ୍ତାଙ୍କ ମତ

174

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) ବୁର୍ଲା ଠାର ଥିବା ଡ଼. ଏପିଜେ ଅବଦୁଲ କାଲାମ ତାରାମଂଡ଼ଳ ବା ପ୍ଲାନେଟୋରିୟମକୁ ଉଦଘାଟନର ଦୁଇବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ ୭୮ ହଜାର ଦର୍ଶକ ପରିଦର୍ଶନ କରିଛନ୍ତି। ସେହିଭଳି ଏହି ପରିସରରେ ଥିବା ବିବର୍ତ୍ତନ ଏବଂ ବିଜ୍ଞାନ ଉଦ୍ୟାନ ପାଖାପାଖି ଏକ ଲକ୍ଷ ଷାଠିଏ ହଜାର ଦର୍ଶକ ବୁଲି ଦେଖିଛନ୍ତି। ଆଜି ତାରାମଂଡ଼ଳର ଦ୍ୱତୀୟ ପ୍ରତିଷ୍ଟା ଦିବସ ଅବସରରେ ଆୟୋଜିତ ଏକ ଉତ୍ସବରେ ଏହି ସୂଚନା ଦିଆଯାଇଛି। ଏଥୋରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଡ଼. ଦୀପକ କୁମାର ବେହେରା ଏହି ପ୍ଲାନେଟୋରିୟମକୁ ଜ୍ଞାନ ଓ ଶିକ୍ଷାର ମନ୍ଦିର ଭାବେ ଅବିହିତ କରିଥିଲେ। ନୂଆ ନୂଆ ଉଦଭାବନ ଓ ଆବିଷ୍କାର ସହିତ ବ୍ରହ୍ମାଂଡ଼ର ଦୃଶ୍ୟ ଏବଂ ଗଠନ ବାବଦରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରକଳ୍ପ ତଥ୍ୟ-ସୂଚନା ପ୍ରଦାନ କରିବାରେ ସହାୟକ ହୋଇଛି ବୋଲି ସଭାରେ ମତପ୍ରକାଶ ପାଇଥିଲା। ସଭା ପୂର୍ବରୁ ପ୍ଲାନେଟୋରିୟମର ନିର୍ଦ୍ଦେଶକ ଡ଼. ଜୟଦେବ କର ସ୍ୱାଗତ ଭାଷଣ ଦେବା ସହିତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବୁର୍ଲା ସରକାରୀ ବାଳକ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ବିକାଶ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦର୍ଶନର ଆୟୋଜନ କରାଯାଇଥିଲା। ଏଥିରେ ଚନ୍ଦ୍ର ଏବଂ ମଂଗଳ ଉପରେ ବିଜ୍ଞାନ ଆଧାରିତ ଚଳଚିତ୍ର ପ୍ରଦର୍ଶନ ଉତାରୁ ମୈାଖିକ ପ୍ରଶ୍ନୋତରୀ କାର୍ଯ୍ୟକ୍ରମରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଶେଷରେ ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ଲାନେଟୋରିୟମରେ ଦ୍ୱିତୀୟ ବର୍ଷ ପୂରଣ କରୁଥିବା ଅବସରରେ ଆଉ ତିନୋଟି ସୋ ଆରମ୍ବ କରାଯାଇଥିଛି। ଏଗୁଡ଼ିକ ହେଲା ଶପ୍ତାଶ୍ଚର୍ଯ୍ୟ (ଓଡ଼ିଆ), ରାଇଜିଂ ଆଫ ଆଲେକଜାନଡ଼ିରିଆ (ହିନ୍ଦି) ଏବଂ ସାର୍ଚ୍ଚ ଆଫ ସୋଲର ସିଷ୍ଟମ (ଇଂରାଜୀ)। ଏହା ଫଳରେ ଏଣିକି ଦର୍ଶକମାନେ ପ୍ଲାନେଟୋରିୟମରେ ଛଅଟି ସୋ ଦେଖିପାରିବେ ବୋଲି ସହକାରୀ ଯନ୍ତ୍ରୀ ରାକେଶ ସାହୁ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ୨୦୧୭ ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ପ୍ଲାନେଟୋରିୟମ ଏବଂ ସମ୍ବଲପୁର ମହାନଗର ନିଗମର ବିଜ୍ଞାନ ଓ ବିବର୍ତ୍ତନ ଉଦ୍ୟାନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ହୀରାକୁଦ ଡ଼୍ୟାମ ଓ ଡ଼େବ୍ରୀଗଡ଼ ଅଭୟାରଣ୍ୟ ରାସ୍ତାରେ ଥିବାରୁ ରାଜ୍ୟ ଏବଂ ରାଜ୍ୟବାହାରର ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.