Home ଓଡ଼ିଶା ଅତାବିରା ଫଟୋଗ୍ରାଫର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

ଅତାବିରା ଫଟୋଗ୍ରାଫର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

132

ସମ୍ବଲପୁର/ଅତାବିରା ୨୨/୯ (ଓଡ଼ିଆ ପୁଅ) ଅତାବିରା ଫଟୋଗ୍ରାଫର ସଂଘ ପକ୍ଷରୁ ଶନିବାର ଦିନ ଆନନ୍ଦ ମଂଡ଼ପଠାରେ ବାର୍ଷିକ ନୁଆଖାଇ ଭେଟଘାଟ ଉତ୍ସବ ସମାରୋହସହକାରେ ପାଳନ କରାଯାଇଛି। ଏଥିରେ ଅତାବିରା ତହସିଲଦାର ହୃଦାନନ୍ଦ ଅଡ଼ା ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଗୈାରୀଶ୍ୟାମ ପଂଡ଼ା ମୁଖ୍ୟବକ୍ତା, ବେଙ୍କ ଆଫ ଇଂଡ଼ିଆର ଶାଖା ପରିଚାଳକ ଅଭୟ କୁମାର ହୋତା, ଇକେଶ୍ୱର ମେହେର, ସାହିତ୍ୟିକା ସୁଷମା ପଶାୟତ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଗଣପର୍ବ ନୁଆଖାଇ ପ୍ରକୃତୀ ପୂଜାର ଉକ୍ରୃଷ୍ଟ ଉଦାହରଣ ବୋଲି ମତଦେବା ସହିତ ପାରସ୍ପାରିକ ସହଯୋଗ ଏବଂ ସହାବସ୍ତାନର ଶିକ୍ଷା ଏହି ପର୍ବରୁ ମିଳିଥାଏ ବୋଲି କହିଥିଲେ। ସାମାଜିକ ସମ୍ମାନକୁ ଏହି ଗଣପର୍ବ ଆଗକୁ ଅଗ୍ରସର କରାଇଥାଏ ବୋଲି ସଭାରେ ମତପ୍ରକାଶ ପାଇଥିଲା। ତର୍ପଣ ଜୁମାର ପ୍ରଧାନ ଉତ୍ସବ ପରିଚାଳନା କରିଥିଲେ। ଏହି ଅବସରରେ ଅଂଚଳର ବିଭିନ୍ନ କ୍ଷେତ୍ରର କୃତୀବିଦ୍ୟ ପ୍ରତିଭା ଏବଂ ଭିନ୍ନଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସଂଘର ସଭାପତି ସଞୟ କୁମାର ରଥ, ସମ୍ପାଦକ ସୁଦାମ ଚରଣ ରଥ ପ୍ରମୁଖ ମଂଚାସୀନ ଥିଲେ। ଶେଷରେ ବିଭିନ୍ନ ଜିଲ୍ଲା ଓ ଅତାବିରାର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.