Home ଓଡ଼ିଶା ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ

186

କଟକ ୧୨-୫ (ଓଡ଼ିଆ ପୁଅ) : ଜୁନ୍ ୨୩ରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟରେ ଦାଖଲ ଏକ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ରଥନିର୍ମାଣର ଚତୁର୍ଥ ଦିବସରେ ରଥଖଳାରେ ୩୫ ଟି ତୁମ୍ବ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସୁତା ବାଡିଆ ସରିଛି। ୩ ରଥ ପାଇଁ ୪୨ ଟି ତୁମ୍ବ ନିର୍ମାଣ କରାଯିବ। ତେଣୁ ଆଉ ୭ ଟି ତୁମ୍ବ ନିର୍ମାଣ ବାକିଥିବା ବେଳେ ସେଗୁଡିକ ଆଜି ସରିଯିବ ବୋଲି ଆଶା କରାଯାଇଛି। ପ୍ରସ୍ତୁତ ହୋଇଥିବା ତୁମ୍ବରେ ବିନ୍ଧ କରାଯାଇଛି। ଆଗାମୀ ୧୫ ତାରିଖ ଦିନ ମହାପ୍ରଭୂଙ୍କର ଭଉଁରି ଯାତ୍ରା ରେ ୩ ରଥର ୨ ଟି ଚକ ସହ ଅଖ ସଂଯୋଗ ହେବାର ପରମ୍ପରା ରହିଛି। ୩ ରଥର ୨ ଟି ଲେଖାଏଁ ୬ ଟି ତୁମ୍ବରେ ବିନ୍ଧ ଶେଷ ହୋଇଛି। ଏହା ସହ ୩ ରଥର ଗୋଟିଏ ଲେଖାଏଁ ଅଖ କାମ ମଧ୍ୟ ନିର୍ମାଣ କରାଯାଉଛି। ଯଥା ସମୟରେ ରଥ ନିର୍ମାଣ ପାଇଁ ଏବେ ରଥ ନିର୍ମାଣ କାର୍ଯ୍ୟ ସକାଳ ୮ ଟା ଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ଚାଲୁ ରହିଛି।

ରଥ ନିର୍ମାଣ ରେ ନିୟୋଜିତ ବିଶ୍ୱକର୍ମା ଭୋଇ ସେବାୟତ, କମାର ସେବାୟତ ଓ ରୂପକାର ସେବାୟତ ମାନଙ୍କ ଥର୍ମାଲ ସ୍କିନିଙ୍ଗ କରାଯିବା ପରେ ସେମାନେ ରଥ ଖଳା କୁ ଯାଇ ନିର୍ମାନ କାର୍ଯ୍ୟ କରୁଛନ୍ତି। ନିର୍ମାନ କାର୍ଯ୍ୟ ସମୟରେ ସାମାଜିକ ଦୂରତା ରଖିବା ସହ ବାରମ୍ବାର ସାନିଟାଇଜର ଲଗାଇ ହାତ ଧୋଉଛନ୍ତି। କୋଭିଡ୍‌-୧୯ ର ସମସ୍ତ ନିୟମ ସେମାନେ ଅନୁପାଳନ କରୁଛନ୍ତି। ରଥନିର୍ମାଣ ରେ ନିୟୋଜିତ ସେବାୟତ ମାନଙ୍କୁ ଗତକାଲି ଠାରୁ କ୍ୱାରେନଟାଇନରେ ରଖାଯାଇଛି। ସେମାନେ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୩ ଟି ଯାକ ଭକ୍ତ ନିବାସରେ ରହୁଛନ୍ତି। ଏବଂ ସେଠାରୁ ରଥଖଳା କୁ ବସ୍ ଯୋଗେ ଯିବା ଆସିଆ କରୁଛନ୍ତି।

ଯେହେତୁ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ପଛେଇ ଯାଇଛି ସେହି ଅନୁଯାୟୀ ସମସ୍ତ ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ମହାପ୍ରଭୁଙ୍କର ରଥ କାର୍ଯ୍ୟ କିପରି ଶୀଘ୍ର ଶେଷ କରିବେ ସେଥିପାଇଁ ଲାଗିପଡିଛନ୍ତି। ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଭୋଇ ସେବାୟତ ଓ ବିଶ୍ୱକର୍ମା ସେବାୟତଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରଥଖଳାରେ ପହଂଚି କିପରି କୋଭିଡ-୧୯ର ନିୟମ ପାଳନ କରି କାର୍ଯ୍ୟ କରିବେ ସେ ଦିଗରେ ଡାକ୍ତରୀ ଦଳ ସେମାନଙ୍କୁ ହାତଧୋଇବା, ମୁହଁରେ ମୁଖା ବାନ୍ଧିବା ଆଦି ସଂପର୍କରେ ସଚେତନତା କରାଇଥିଲେ। ରଥଖଳାକୁ ମଧ୍ୟ ସାନିଟାଇଜେସନ କରାଯାଇଥିଲା। ଭୋଇ ସେବାୟତ ଓ ବିଶ୍ୱକର୍ମା ସେବାୟତଙ୍କୁ ନୀଳାଦ୍ରି ଭକ୍ତ ନିବାସରେ ରଖିବା ନିମେନ୍ତ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଛି ଏବଂ ସେମାନଙ୍କୁ ପ୍ରତ୍ୟେକ ଦିନ ଭକ୍ତ ନିବାସରୁ ରଥଖଳାକୁ ବସଯୋଗେ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତ ମାନଙ୍କୁ ରଥଖଳାରେ ପହଂଚିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଦେହର ଉତାପ ମପାଯିବ। ଯଦି କାହାର କୌଣସି ଲକ୍ଷଣ ବାହାରେ ତାଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା କରାଯିବ।

ରଥ ନିର୍ମାଣ କାର୍ଯ୍ୟରେ ସେବାୟତମାନଙ୍କ ପରିବାରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଅନ୍ୟ ସେବାୟତମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରାଯିବ। ସେବାୟତ ଓ ତାଙ୍କ ପରିବାର ଯେପରି ସୁସ୍ଥ ରହିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ଅଖ ସହ ଯୋଡାଯାଇ ଡେରା ଯିବାର ବିଧି ରହିଛି। ସେଥିନିମେନ୍ତ ବିଶ୍ୱକର୍ମା ସେବାୟତମାନେ ମହାପ୍ରଭୁଙ୍କର ଏହି ନୀତିକୁ କିପରି ପାଳନ କରିବେ ସେଥିପାଇଁ ଜୋରସୋରରେ ଲାଗିପଡିଛନ୍ତି।

ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ଦିନକୁ ୧୯ଘଂଟା କାର୍ଯ୍ୟ କରୁଛନ୍ତି। ମାତ୍ର ୫ଘଂଟା ବିଶ୍ରାମ ନେଉଛନ୍ତି। ସେମାନଙ୍କୁ ଏହି ୫ଘଂଟା ହୋମ କ୍ୱାରେଟାଂଇନରେ ରହିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରାଯାଇଛି।

ଘୋଷଯାତ୍ରା ସଂପର୍କରେ ବରିଷ୍ଠ ଦଇତାପତି ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାପ୍ରଭୁଙ୍କ ଇଚ୍ଛାରେ ଘୋଷଯାତ୍ରା ନିଶ୍ଚିତ ଭାବରେ ସଫଳ ହେବ। ଇଛାମୟ ଠାକୁର ଭକ୍ତଙ୍କ ଇଛା ପୂରଣ କରିବ। ରଥଖଳାରେ ଆଜି ୬ଟି ତୁମ୍ବ ନିର୍ମାଣ ଶେଷ ହେବା ସହ ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ସନ୍ଧ୍ୟା ସମୟରେ ବିନ୍ଧ ବାଡିଆ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାଯାଇଛି।

ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖାଯିବା ସହ ସେମାନଙ୍କର ରହିବା ଖାଇବାର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା କୋଭିଡ-୧୯ ପରୀକ୍ଷା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ତେବେ ରଥଯାତ୍ରା ହେବ ନା ନାହିଁ ତାହା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ସେବାୟତମାନେ ରଥ ନିର୍ମାଣ କାମ ଜାରି ରଖିଛନ୍ତି । ରଥ ଖଳାକୁ ଧଳା କପଡାରେ ଢାଙ୍କି, ବ୍ୟାରିକେଡ୍ କରି ରଥକାମ ଆଗେଇ ଚାଲିଛି । ରଥଖଳା ଠାରୁ ୨ଶହ ମିଟର ଯାଏଁ ନିଷେଧାଂଚଳ ଘୋଷଣା କରାଯାଇଛି । ମହାରଣା ସେବାୟତ, ଭୋଇ ସେବାୟତ ଓ କମାର ସେବାୟତ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ମାନି ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧୁଥିବା ବେଳେ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ରଥଖଳାକୁ ଚାରି ପାଖରୁ ସମ୍ପୂର୍ଣ୍ଣ କନା ଘୋଡ଼ଣୀ ଦିଆଯାଇଛି। ସେପଟେ ରଥ କାମରେ ଲାଗିଥିବା ସବୁ ସେବାୟତଙ୍କର ‘କରୋନା’ ଟେଷ୍ଟ କରିବାକୁ ସରକାର ସ୍ଥିର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.