Home କଳାହାଣ୍ଡି ଜୁନାଗଡ ସିଡବଲ୍ୟୁସି ଗୋଦାମରେ ଶ୍ରମିକଙ୍କ ଇପିଏଫ  ଟଙ୍କା ବାଟମାରଣା ଅଭିଯୋଗ

ଜୁନାଗଡ ସିଡବଲ୍ୟୁସି ଗୋଦାମରେ ଶ୍ରମିକଙ୍କ ଇପିଏଫ  ଟଙ୍କା ବାଟମାରଣା ଅଭିଯୋଗ

33

କଳାହାଣ୍ଡି – ତା.୦୮.୦୯.୨୦୨୧  (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର   ( ସିଡବଲ୍ୟୁସି ଗୋଦାମ) ରେ ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଗୋଦାମରେ ଚାଉଲ ଅନଲୋଡିଂ ପାଇଁ ବସ୍ତା ପିଛା ୩ ଟଙ୍କା ଏବଂ ରେକ ରେ ଚାଉଲ ପଠାଇବା ପାଇଁ ବସ୍ତା ପିଛା ୪ ଟଙ୍କା ହିସାବରେ ମଜୁରୀ ଦିଆଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ । ସିଡବଲ୍ୟୁସି ଦ୍ୱାରା ନିଯୁକ୍ତପ୍ରାପ୍ତ ଶ୍ରମିକ ଠିକାଦାର ପ୍ରତି ମାସରେ ଶ୍ରମିକ ମାନଙ୍କ କାର୍ଯ୍ୟ ଅନୁସାରେ ହିସାବ କରି ବେଙ୍କ ପାଶ ବୁକରେ ଶ୍ରମିକ ମାନଙ୍କ ମଜୁରୀ ଦେଉଥିବା କୁହାଯାଉଥିବା ବେଳେ ସେହି ପାଶବୁକରୁ ଶ୍ରମିକ ମାନେ ସେମାନଙ୍କ ଉପସ୍ଥିତି ଅନୁସାରେ ନିଜ ନିଜ ପ୍ରାପ୍ୟ ନେଉଥିବା ପ୍ରକାଶ । ସଂପୃକ୍ତ ଶ୍ରମିକ ଠିକାଦାର ପକ୍ଷରୁ ଶ୍ରମିକ ମାନଙ୍କ ଇପିଏଫ ପାଇଁ ମଜୁରୀ ଟଙ୍କା ମଧ୍ୟରୁ ଶତକଡା ୧୨ ଟଙ୍କା ଲେଖାଏଁ କାଟିକରି ରଖୁଥିବା ବେଳେ ସେହି ଟଙ୍କା ଶ୍ରମିକ ମାନଙ୍କ ଇପିଏଫ ଆକାଉଂଟରେ ଡିପୋଜିଟ କରୁନଥରବା ଶ୍ରମିକ ମାନେ ଅଭିଯୋଗ କରୁଛନ୍ତି । ଏସଂପର୍କରେ ସଂପୃକ୍ତ ଶ୍ରମିକ ଠିକାଦାର ସଠିକ ତଥ୍ୟ ପ୍ରକାଶ କରୁନଥିବା ବେଳେ ପାଲଟା ଭାବେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାହିଁକି ଏସବୁ ପଚାରୁଛନ୍ତି ବୋଲି କହୁଛନ୍ତି । ବୁଧବାର ଦିନ ସିଡବଲ୍ୟୁସି ଗୋଦାମ ଠାରୁ ରାସ୍ତା ଉପରେ ତହସିଲ ଅଫିସ ପର୍ଯ୍ୟନ୍ତକୁ ଚାଉଲ ଟ୍ରକ ଠିଆ ହୋଇରହିଥିଲେ ହେଁ ଶ୍ରମିକ ଅଶାନ୍ତି ଯୋଗୁଁ ସେସବୁ ଅନଲୋଡିଂ ହୋଇନଥିବା ଜଣାପଡିଛି ।
ଇପିଏଫ  ଆକାଉଂଟରେ ଶ୍ରମିକ ମାନଙ୍କ ତରଫରୁ ଯେତେ ଟଙ୍କା ଡିପୋଜିଟ ହେବ ସରକାର ସେତିକି ଟଙ୍କା ସେହି ଆକାଉଂଟରେ ଡିପୋଜିଟ ଦେବାର ନିୟମ ଥିବା ବେଳେ ଯଦିଓ ଶ୍ରମିକ ଠିକାଦାର ଶ୍ରମିକ ମାନଙ୍କ ଆକାଉଂଟରେ ସଠିକ ପରିମାଣର ଟଙ୍କା ଡିପୋଜିଟ କରିନାହାନ୍ତି  ତେବେ ସେତିକି ପରିମାଣର ଟଙ୍କା ପାଇବାରେ ଶ୍ରମିକ ମାନେ ବଂଚିତ ହୋଇଯିବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।
ଏସଂପର୍କରେ ସଂପୃକ୍ତ ଠିକାଦାର ସଠିକ ତଥ୍ୟ ଦେବାର ଦୂରର କଥା ପାଲଟା ଭାବେ ଚଢା ସ୍ୱରରେ କାହିଁକି ଏସବୁ ପଚାରୁଛ ଆପକୋ କୋହି ଅଧରକାର ଦିଆ ହେଁ ବୋଲି କହୁଥିବା ଦେଖାଯାଇଥିଲା । ଯଦିଓ ଠିକଦାର ସଠିକ ବାବେ ଶ୍ରମିକ ମାନଙ୍କ ପ୍ରାପ୍ୟ ଏବଂ ଇପିଏଫ ଟଙ୍କା ଡିପୋଜିଟ କରୁଛନ୍ତି ତେବେ ସଠିକ ତଥ୍ୟ ଉପସ୍ଥାପନ କରୁନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯେହେତୁ ଶ୍ରମିକ ଠିକଦାର କାହା ସହିତ ଶ୍ରମିକ ମାନଙ୍କ ପ୍ରାପ୍ୟ ସଂପର୍କରେ ଆଲୋଚନା କରିବାକୁ ର୍ପସ୍ତୃତ ହେଉନାହାନ୍ତି ତେଣୁ କରି ଶ୍ରମିକ ମଜୁରୀ ଦେବାରେ ହୁଏତ ହେରାଫେରୀ ଥାଇପାରେ ବୋଲି ଶ୍ରମିକ ମାନେ ଅନୁମାନ କରୁଥିବା ପ୍ରକାଶ । ଏସଂପର୍କରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ସହ ସଠିକ ତଦନ୍ତ କରାଯାଇ ଶ୍ରମିକ ମାନଙ୍କ ମଜୁରୀ ଓ ଇପିଏଫ ପ୍ରାପ୍ୟ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।