Home କଳାହାଣ୍ଡି ଜୁନାଗଡ ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ, ନୂତନ ବର୍ଷ ପାଇଁ କାର୍ଯ୍ୟକର୍ତା ମନୋନୀତ

ଜୁନାଗଡ ସାମ୍ବାଦିକ ସଂଘ ବୈଠକ ଅନୁଷ୍ଠିତ, ନୂତନ ବର୍ଷ ପାଇଁ କାର୍ଯ୍ୟକର୍ତା ମନୋନୀତ

117

କଳାହାଣ୍ଡି, – ତା.୨୨.୧୨.୨୦୧୯ (ଓଡିଆପୁଅ) ଜୁନାଗଡ ସାମ୍ବାଦିକ ସଂଘର ଏକ ସାଂଗଠନିକ ବୈଠକ କାର୍ଯ୍ୟକାରୀ ସଭାପତି ରବିଶଙ୍କର ସୁନାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଦିବଂଗତ ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହିତ ଆନୁଷ୍ଠାନିକ ଆଲୋଚନା ହୋଇଥିଲା । ସଂପାଦକ ବିଗତ ସଭାର ବିବରଣୀ ପାଠ କରିସାରିବା ପରେ ସାଂଗଠନିକ ବିଷୟ ଆଲୋଚନା ହୋଇଥିଲା । ବ୍ୟକ୍ତିଗତ ସ୍ୱାର୍ଥ ତ୍ୟାଗ କରି ସାମୁହିକ ସ୍ୱାର୍ଥ ନିମନ୍ତେ ଜୁନାଗଡ ଅଂଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଗୋଟିଏ ମଂଚରେ ରହିବା ପାଇଁ ବରିଷ୍ଠ ସାମ୍ବାଦିକ ମାନେ ମତ ପ୍ରକାଶ କରିଥିଲେ । ପଂଜୀକୃତ ସାମ୍ବାଦିକ ସଂଘ ଭାବରେ ସମସ୍ତ ସଭ୍ୟ ସାମ୍ବାଦିକ ମାନେ ଏହାର ସାମ୍ବିଧାନିକ ବ୍ୟବସ୍ଥା ସହିତ ଖାପ ଖୁଆଇ ଚଳିବାକୁ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଆଗାମୀ ଦିନରେ ଜୁନାଗଡ ସାମ୍ବାଦିକ ସଂଘର ସାଂଗଠନିକ ବିଧି ବ୍ୟବସ୍ଥା ନିମନ୍ତେ ଏକ କାର୍ଯ୍ୟକର୍ତା ପରିଷଦ ଗଠନ କରାଯାଇଥିଲା ।
ସର୍ବସମ୍ମତି କ୍ରମେ ସର୍ବଶ୍ରୀ ମୁକେଶ ଅଗ୍ରୱାଲ, ସନ୍ତୋଷ ସିଂଦେଓ, ଅନୀଲ ପଣ୍ଡା ଉପଦେଷ୍ଠା ଭାବେ ମନୋନୀତ ହୋଇଥିବା ବେଳେ ସଂଗଠନର ମୂଖ୍ୟ ସଂଯୋଜକ ତଥା ଆବାହକ ଭାବେ ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷିତି ଏବଂ ସହେଯାଗୀ ଭାବେ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ଙ୍କୁ ମନୋନୀତ କରାଯାଇଥିଲା । ସଭାପତି ଭାବେ ଦୁଷ୍ମନ୍ତ କୁମାର ପଣ୍ଡା, ଉପସଭାପତି ଭାବେ ଯୁବ ସାମ୍ବାଦିକ ଉତମ କୁମାର ଦାଶ, ସଂପାଦକ ଭାବେ ଦୀନେଶ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବେ ରବିଶଂକର ସୁନାନୀ, କୋଷାଧ୍ୟକ୍ଷ ଭାବେ ସଂଜୀବ କୁମାର ଦାଶ ଏବଂ କାର୍ଯ୍ୟକାରୀ ସଭ୍ୟ ଭାବେ ଶ୍ରୀମନ୍ତ ଭାର, ବିମଳ ଶତପଥି, କୁମାର ମଣୀ ଦୁର୍ଗା, ରଜନୀ କୁମାର ମିଶ୍ର, ଚମ୍ପକ ଅଗ୍ରୱାଲ, ନିକୁଂଜ ଚଲାନ, ସୁନ୍ଦର ମୋହନ ଛତ୍ରୀଆ, ସନ୍ତୋଷ ଠାକୁର ପ୍ରମୂଖଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ଯେଉଁ ସାମ୍ବାଦିକ ମାନେ ସଭ୍ୟ ଭୂକ୍ତ ହେବାକଲୁ ଚାହିଁବେ ସେମାନଙ୍କୁ ସାଦରେ ଗ୍ରହଣ କରାଯିବ ଏବଂ ସାମ୍ବାଦିକତାର ଏକ ସୁସ୍ଥ ବାତାବରଣ ସୃଷ୍ଟି କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଜୁନାଗଡ ସାମ୍ବାଦିକ ସଂଘର ମାନ ସମ୍ମାନ ବଜାୟ ରଖି କାର୍ଯ୍ୟ କରିବା ପାଇଁ ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଓ ସଭ୍ୟ ମାନେ ନିଜ ନିଜ ଆଭିମୂଖ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.