Home ଓଡ଼ିଶା ଜୁଆ ଖେଳ ବନ୍ଦ ପାଇଁ ଚାନ୍ଦପୁର ଥାନାର ଜନ ସଚେତନତା

ଜୁଆ ଖେଳ ବନ୍ଦ ପାଇଁ ଚାନ୍ଦପୁର ଥାନାର ଜନ ସଚେତନତା

36

ନୟାଗଡ/୩୧/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଅଂଚଳରେ ପ୍ରତି ବର୍ଷ କୁମାର ପୁର୍ଣ୍ଣିମା ରାତ୍ର ଠାରୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଥାଏ  ।  ଏହି ଜୁଆ ଖେଳ ରେ ବାହାର ଜିଲ୍ଲା ରୁ ଜୁଆଡି ମାନେ ଆସି ଭାଗ ନେଇଥାନ୍ତି । ଫଳରେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇପଡିଥାନ୍ତି । ଯାହାଫଳରେ ପାରିବାରିକ ବିଶୃଙ୍ଖଳା ଘଟି କେହି କେହି ଆତ୍ମହତ୍ୟା ମଧ୍ୟ କରିଥାନ୍ତି । ଚାନ୍ଦପୁର ଥାନା ରେ ରଶ୍ମୀ ରଞ୍ଜନ ଦାଶ ଇନିସ୍ପେକ୍ଟର ଭାବେ ଯୋଗଦେଲା ପରେ ଜୁଆ ଖେଳ ବନ୍ଦ ପାଇଁ ଏକ  ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଥିବା ଜଣାପଡିଛି  ।

ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାଶ ସଦଳ ବଳେ ବିଭିନ୍ନ ଛକ ଯଥା ଚାନ୍ଦପୁର ବଜାର ଓ ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ସାମନା ରେ ନିଜେ ଡାକବାଜି ଯନ୍ତ୍ର ଯୋଗେ ଜୁଆ ଖେଳ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିବା ଜଣାପଡିଛି ।  ସଚେତନ ବାର୍ତାରେ ଜୁଆ ଖେଳର କୁପରିଣାମ ସର୍ମ୍ପକରେ କହୁଥିବା ଜଣାପଡିଛି । କୌଣସି ଠାରେ ଜୁଆ ଖେଳ ସର୍ମ୍ପକରେ ପୋଲିସ୍ କୁ ଖବର ଦେଲେ ଖବରଦାତା ଙ୍କ ନାମ ଗୋପନ ରଖାଯିବା ସହ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିବା ଜଣାପଡିଛି । ଥାନା ଇନିସ୍ପେକ୍ଟର ଙ୍କର ଏହି ସ୍ୱାଗତ ଯୋଗ୍ୟ ପଦକ୍ଷେପ କୁ ଚାନ୍ଦପୁର ର ବୁଦ୍ଧିଜିବୀ ମାନେ ସାଧୁବାଦ ଦେଇଥିବା ଜଣାପଡିଛି ।  ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାଶ ଗତ ବର୍ଷ ରଣପୁର ଥାନା ରେ କାର୍ଯ୍ୟରତ ଥିଲାବେଳେ ଏହିଭଳି ପଦକ୍ଷେପ ନେଇ ଜୁଆ ଖେଳ ବନ୍ଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.